ପୁଣି ଥାନାକୁ ଗଲେ ବର୍ଷା

କଟକ:(ଓଡ଼ିଶା ରିପୋର୍ଟର) ପୁଣି ଥାନାକୁ ଗଲେ ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୁରୀଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଏକ ଏତଲା ଦେଇଛନ୍ତି। ସୋଶାଲ ମିଡିଆରେ ତାଙ୍କ ବିରୋଧରେ ଆସୁଥିବା ମନ୍ତବ୍ୟକୁ ନେଇ ସେ ଥାନାକୁ ଯାଇଛନ୍ତି। ସୋଶାଲ ମିଡିଆରେ ତାଙ୍କୁ  ଅଶାଳୀନ ମନ୍ତବ୍ୟ ସହ ଗାଳିଗୁଲଜ ଅଭିଯୋଗ ହୋଇଛି। ତାଙ୍କ ସଂପର୍କିତ ମନ୍ତବ୍ୟର ସ୍କ୍ରିନ୍ ସଟ୍ ଗୁଡ଼ିକୁ ଥାନାରେ ଦାଖଲ କରିଛନ୍ତି ବର୍ଷା। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ପାଇଁ ବର୍ଷା ଦାବି […]

Barsha

Tapas Behera
  • Published: Wednesday, 09 December 2020
  • , Updated: 09 December 2020, 10:14 PM IST

କଟକ:(ଓଡ଼ିଶା ରିପୋର୍ଟର) ପୁଣି ଥାନାକୁ ଗଲେ ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୁରୀଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଏକ ଏତଲା ଦେଇଛନ୍ତି। ସୋଶାଲ ମିଡିଆରେ ତାଙ୍କ ବିରୋଧରେ ଆସୁଥିବା ମନ୍ତବ୍ୟକୁ ନେଇ ସେ ଥାନାକୁ ଯାଇଛନ୍ତି। ସୋଶାଲ ମିଡିଆରେ ତାଙ୍କୁ  ଅଶାଳୀନ ମନ୍ତବ୍ୟ ସହ ଗାଳିଗୁଲଜ ଅଭିଯୋଗ ହୋଇଛି।

ତାଙ୍କ ସଂପର୍କିତ ମନ୍ତବ୍ୟର ସ୍କ୍ରିନ୍ ସଟ୍ ଗୁଡ଼ିକୁ ଥାନାରେ ଦାଖଲ କରିଛନ୍ତି ବର୍ଷା। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ପାଇଁ ବର୍ଷା ଦାବି କରିଛନ୍ତି। ପୂର୍ବରୁ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଦାଲତ ଯାଇଛନ୍ତି ବର୍ଷା। ସ୍ୱାମୀ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ଅଦାଲତରେ ଦ୍ୱାରସ୍ତ ହୋଇଛନ୍ତି। ମାମଲା ଏବେ ବିଚାରଧୀନ ଅଛି।

Related story