ଆଧ୍ୟାତ୍ମିକ ଗୁରୁ ଓ ବାବାଙ୍କ ପ୍ରବଚନ ଭଳି କାର୍ଯ୍ୟକ୍ରମକୁ ସବୁଦିନ ପାଇଁ ବନ୍ଦ କଲା ପ୍ରାର୍ଥନା ଚ୍ୟାନେଲ

ଭୁବନେଶ୍ୱର: ଆଧ୍ୟାତ୍ମିକ ଗୁରୁ ଓ ବାବାଙ୍କ ପ୍ରବଚନ ଭଳି କାର୍ଯ୍ୟକ୍ରମକୁ ଓଡିଶାର ପ୍ରଥମ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରାର୍ଥନା ସବୁଦିନ ପାଇଁ ବନ୍ଦ କରିଦେଇଛି। କିଛି ନିର୍ଦ୍ଦିଷ୍ଟ ବାବା ନିଜକୁ ଈଶ୍ୱର ବୋଲି ପ୍ରଚାର କରିବା ଓ ବିବାଦୀୟ ଘଟଣାରେ ଛନ୍ଦି ହୋଇପଡିବା ପରେ ସେମାନଙ୍କ ପ୍ରତି ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସକୁ ନେଇ ପ୍ରଶ୍ନ ଉଠିଛି। ଅନେକ ଆଧ୍ୟାତ୍ମିକ ଗୁରୁଙ୍କ କାର୍ଯ୍ୟକଳାପ ଆଇନ ପରିସରଭୁକ୍ତ ହେବାରେ ଲାଗିଛି । ଏସବୁ ଦର୍ଶକଙ୍କ ବିଶ୍ୱାସକୁ ପ୍ରଭାବିତ […]

parthana

parthana

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 02:51 PM IST

Sports

Latest News

ଭୁବନେଶ୍ୱର: ଆଧ୍ୟାତ୍ମିକ ଗୁରୁ ଓ ବାବାଙ୍କ ପ୍ରବଚନ ଭଳି କାର୍ଯ୍ୟକ୍ରମକୁ ଓଡିଶାର ପ୍ରଥମ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରାର୍ଥନା ସବୁଦିନ ପାଇଁ ବନ୍ଦ କରିଦେଇଛି। କିଛି ନିର୍ଦ୍ଦିଷ୍ଟ ବାବା ନିଜକୁ ଈଶ୍ୱର ବୋଲି ପ୍ରଚାର କରିବା ଓ ବିବାଦୀୟ ଘଟଣାରେ ଛନ୍ଦି ହୋଇପଡିବା ପରେ ସେମାନଙ୍କ ପ୍ରତି ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସକୁ ନେଇ ପ୍ରଶ୍ନ ଉଠିଛି। ଅନେକ ଆଧ୍ୟାତ୍ମିକ ଗୁରୁଙ୍କ କାର୍ଯ୍ୟକଳାପ ଆଇନ ପରିସରଭୁକ୍ତ ହେବାରେ ଲାଗିଛି । ଏସବୁ ଦର୍ଶକଙ୍କ ବିଶ୍ୱାସକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଏଭଳି କାର୍ଯ୍ୟକ୍ରମ ପ୍ରସାରଣରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରାର୍ଥନା ଚ୍ୟାନେଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଅଧ୍ୟାତ୍ମିକ ଚ୍ୟାନଲ ନିୟମାବଳୀ ଅନୁଯାୟୀ ବିଭିନ୍ନର ଧର୍ମର ବାବାମାନେ ଦେଉଥିବା ପ୍ରବଚନ କାର୍ଯ୍ୟକ୍ରମ ପ୍ରାୟୋଜିତ ଧାରାରେ ପ୍ରସାରିତ ହୁଏ। ଅର୍ଥାତ୍ ଚ୍ୟାନେଲ ଏଗୁଡିକ ପ୍ରସ୍ତୁତ କରେ ନାହିଁ। ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ବିବାଦକୁ ଦେଖି ଏହି ପ୍ରକ୍ରିୟାକୁ ସବୁଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ପ୍ରାର୍ଥନା ଚ୍ୟାନେଲ ଅନେକ ଭକ୍ତି ରସାତ୍ମକ କାର୍ଯ୍ୟକ୍ରମ ପ୍ରସାରଣ କରି ଦର୍ଶକଙ୍କ ଆସ୍ଥା ଭାଜନ ହୋଇପାରିଛି। ତେବେ ବାବାଙ୍କ ପ୍ରବଚନ ପରିବର୍ତ୍ତେ ପୂଜାପାଠ, ଧର୍ମପୀଠ, ପରମ୍ପରା ଓ ପୁରାଣକୁ ନେଇ କିଛି ବଡ଼ ଧରଣର କାର୍ଯ୍ୟକ୍ରମ ପ୍ରଯୋଜନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଚ୍ୟାନେଲର ନିୟମିତ ଦର୍ଶକଙ୍କୁ ନିରାଶ କରିବ ନାହିଁ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos