ଆଦିବାସୀ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକଙ୍କ ଉପରୁ ଉଠିଲା ଭ୍ରମଣ କଟକଣା

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା ଭ୍ରମଣ କଟକଣାକୁ ରାଜ୍ୟ ସରକାର ଉଠାଇ ଦେଇଛନ୍ତି। ୪ ବର୍ଷ ପରେ ସୁରକ୍ଷା ଦୃଷ୍ଟିରୁ ଲାଗୁ କରାଯାଇଥିବା ଏହି କଟକଣାକୁ ଉଠାଇ ଦିଆଯାଇଛି। ସରକାରଙ୍କ ବିନା ଅନୁମତିରେ ମଧ୍ୟ ଏହି ଅଞ୍ଚଳରେ ଏବେ ବିଦେଶୀ ନାଗରିକ ବୁଲି ପାରିବେ। ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ ପତ୍ର ମାଧ୍ୟମରେ ପର୍ଯ୍ୟଟନ ବିଭାଗକୁ ସୂଚନା ଦିଆଯାଇଛି। ବିଗତ ବର୍ଷ ତଳନାରେ ଏବେ ଆଦିବାସୀ ଅଧ୍ୟୁଷିତ […]

FORIGHN

Rakesh Mallick
  • Published: Thursday, 04 February 2016
  • , Updated: 05 February 2016, 03:56 AM IST

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା ଭ୍ରମଣ କଟକଣାକୁ ରାଜ୍ୟ ସରକାର ଉଠାଇ ଦେଇଛନ୍ତି। ୪ ବର୍ଷ ପରେ ସୁରକ୍ଷା ଦୃଷ୍ଟିରୁ ଲାଗୁ କରାଯାଇଥିବା ଏହି କଟକଣାକୁ ଉଠାଇ ଦିଆଯାଇଛି। ସରକାରଙ୍କ ବିନା ଅନୁମତିରେ ମଧ୍ୟ ଏହି ଅଞ୍ଚଳରେ ଏବେ ବିଦେଶୀ ନାଗରିକ ବୁଲି ପାରିବେ। ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ ପତ୍ର ମାଧ୍ୟମରେ ପର୍ଯ୍ୟଟନ ବିଭାଗକୁ ସୂଚନା ଦିଆଯାଇଛି।

ବିଗତ ବର୍ଷ ତଳନାରେ ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଭଲ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲଳିତ ଦାସ କହିଛନ୍ତି। ଏବେ ବି ସୁରକ୍ଷା ଓ ବିଭିନ୍ନ କାରଣରୁ ୬୮ଟି ପଞ୍ଚାୟତର ପ୍ରାୟ ୫ ଶହ ଗ୍ରାମକୁ ବିଦେଶୀ ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କରାଯାଇଛି ବୋଲି ସେ କହିଛନ୍ତି।

ତେବେ ଅଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପରେ ଏଠାରେ ମଧ୍ୟ କଟକଣାକୁ କୋହଳ କରାଯିବା ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ୍ ଭାନୁଦାସ ଜୱାଲେ କହିଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡା, କନ୍ଧମାଳ, ରାୟଗଡା ଜିଲ୍ଲାର କେଉଁ ଗାଁକୁ ବିଦେଶୀମାନେ ଯାଇପାରିବେ ନାହିଁ ସେ ନେଇ ଗୃହ ବିଭାଗ ପକ୍ଷରୁ ପର୍ଯ୍ୟଟନ ବିଭାଗକୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ ସହିତ ପର୍ଯ୍ୟଟକଙ୍କୁ ଆଦିବାସୀ ଅଞ୍ଚଳରେ ଭ୍ରମଣ କରାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କୁ ଗାଇଡ୍ ଭାବେ ନିଯୁକ୍ତି ଦିଆଯିବ। ଏହି ଗାଇଡ୍‌ମାନଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଇଣ୍ଡିଆନ୍ ଆସୋସିଏସନ ଅଫ୍ ଟୁର ଅପରେଟରର୍ସର ଓଡ଼ିଶା ଚାପ୍ଟର ସ୍ୱାଗତ କରିଛି।

୨୦୧୨ରେ ବିଦେଶୀ ପର୍ଯ୍ୟଟକଙ୍କ ଆଦିବାସୀ ଅଞ୍ଚଳରେ ଭ୍ରମଣ ଉପରେ ରାଜ ସରକାର କଟକଣା ଲାଗାଇଥିଲେ। ଏହା ପରେ ରାଜ୍ୟକୁ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିଲା। ବର୍ତ୍ତମାନ କଟକଣା କୋହଳ କରାଯାଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳକୁ ବିଦେଶୀକୁ ବାରଣ କରାଯାଇଛି। ଏଭଳି ପରିସ୍ଥିରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କେତେଦୂର ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।

Related story