ଆଦିତ୍ୟ ଆଲୁମିନିୟମରୁ ନିର୍ଗତ ବିଷାକ୍ତ ଗ୍ୟାସ ପ୍ରଭାବରେ ପୋଡିଯାଉଛି ଧନଗଛ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଲପଙ୍ଗ। ସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନା ପାର୍ଶ୍ୱବର୍ତ୍ତି ଗ୍ରାମବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଖାନା ଦ୍ୱାରା ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁ ଅଞ୍ଚଳର ଏକର ଏକର ଧାନ ଫସଲ ସହ ଗଛଲତା ପୋଡିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ବୈଜ୍ଞାନିକମାନେ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ଅଭିଯୋଗରେ ସତ୍ୟତା ଥିବା କହିଛନ୍ତି । ଫ୍ଲୋରାଇଡ ଗ୍ୟାସ ଯୋଗୁ ଏପରି ସ୍ଥିତି ହୋଇଥିବା […]

sambalpur

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 05:35 PM IST

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଲପଙ୍ଗ। ସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନା ପାର୍ଶ୍ୱବର୍ତ୍ତି ଗ୍ରାମବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଖାନା ଦ୍ୱାରା ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁ ଅଞ୍ଚଳର ଏକର ଏକର ଧାନ ଫସଲ ସହ ଗଛଲତା ପୋଡିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ବୈଜ୍ଞାନିକମାନେ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ଅଭିଯୋଗରେ ସତ୍ୟତା ଥିବା କହିଛନ୍ତି । ଫ୍ଲୋରାଇଡ ଗ୍ୟାସ ଯୋଗୁ ଏପରି ସ୍ଥିତି ହୋଇଥିବା ସେମାନେ କହିବା ସହ ଧାନ ଗଛ ଓ ଜଳ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରି ନେଇଛନ୍ତି ।

ଗ୍ୟାସ ପ୍ରଭାବରେ ଲପଙ୍ଗ। ସ୍ଥିତ ଆଦିତ୍ୟ ଆଲୁମିୟମ କାରଖାନା ତଳି ଅଞ୍ଚଳ ହାଡମୁଣ୍ଡା, ଟୁଡୁମକାନି, ଅଁଳାକାନି, ଗୁମୁକାରମା, ଘିଚାମୁରା, ଖଡିଆପାଲି ଓ ବାଂଜିବେରଣା ଗ୍ରାମର ଚାଷ ଜମିରେ ଧାନ ଗଛ ଓ ତଳି ସବୁ ପୋଡିଯାଇଛି। କେବଳ ଧାନ ଗଛ ନୁହେଁ, ଆଖପାଖ ଅଞ୍ଚଳର ଗଛପତ୍ର ଓ ପନିପରିବା ମଧ୍ୟ ପୋଡିଯାଉଛି । କାରଖାନାର ପ୍ରଦୂଷିତ ପାଣି ଯୋଗୁଁ ଜଳାଶୟ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ଏହାକୁ ବ୍ୟବହାର କଲେ ଦେହ ପୋଡିବା ସହ ଘା ହୋଇଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ଗାଁକୁ ଏକ ଡାକ୍ତରୀ ଦଳ ପଠାଇବାକୁ ଜିଲ୍ଲା ପ୍ରଶାସନକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଏହାସହ କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ବନ୍ଦ କରିବା ସହ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ବୈଜ୍ଞାନିକମାନେ ୪ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ବୋର୍ଡକୁ ପରୀକ୍ଷା ରିପୋର୍ଟ ଦେବେ । ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ କହିଛନ୍ତି।

Related story