ଆଦିତ୍ୟ ଆଲୁମିନିୟମରୁ ନିର୍ଗତ ବିଷାକ୍ତ ଫ୍ଲୋରାଇଡ ଗ୍ୟାସର ପ୍ରଭାବରେ ପୋଡିଯାଉଛି ଗଛପତ୍ର

ସମ୍ୱଲପୁର: ଲପଙ୍ଗ। ସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନାରୁ ନିର୍ଗତ ବିଷାକ୍ତ ଫ୍ଲେ।ରାଇଡ ଗ୍ୟାସ ଯୋଗୁଁ ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ଏକର ଏକର ଚାଷ ଜମିରେ ଧାନ ଗଛ ପୋଡିଯାଉଛି । ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବା ସହ ଏହା ସ୍ପଷ୍ଟ କରାଯାଇଛି । ରାଜ୍ୟ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ହେମେନ୍ଦ୍ର କୁମାର ନାୟକ କହିଛନ୍ତି ଯେ, ଆଲୁମିନିୟମ ତିଆରି ପ୍ରକ୍ରିୟାରେ ଏହି ବିଷାକ୍ତ ଫ୍ଲେ।ରାଇଡ ଗ୍ୟାସ […]

smb

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 12:48 PM IST

ସମ୍ୱଲପୁର: ଲପଙ୍ଗ। ସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନାରୁ ନିର୍ଗତ ବିଷାକ୍ତ ଫ୍ଲେ।ରାଇଡ ଗ୍ୟାସ ଯୋଗୁଁ ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ଏକର ଏକର ଚାଷ ଜମିରେ ଧାନ ଗଛ ପୋଡିଯାଉଛି । ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବା ସହ ଏହା ସ୍ପଷ୍ଟ କରାଯାଇଛି । ରାଜ୍ୟ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ହେମେନ୍ଦ୍ର କୁମାର ନାୟକ କହିଛନ୍ତି ଯେ, ଆଲୁମିନିୟମ ତିଆରି ପ୍ରକ୍ରିୟାରେ ଏହି ବିଷାକ୍ତ ଫ୍ଲେ।ରାଇଡ ଗ୍ୟାସ ନିର୍ଗମନ ହୋଇଥାଏ। କିଛିଦିନ ପୂର୍ବରୁ କାରଖାନା ପରିସରରେ ଥିବା ଗ୍ୟାସ ଟ୍ରିଟମେଣ୍ଟ ପାଇପ ଫ।ଟି ଯିବା କାରଣରୁ ଏହି ଗ୍ୟାସ ଲିକ ହୋଇଥିଲା। ପରେ ତାହାକୁ ମରାମତି କରାଯାଇଥିଲା। ମାତ୍ର ଏହାର ପ୍ରଭାବରେ ତଳି ଓ ଧାନ ଗଛ ପୋଡିଯିବା ସହ ଆଖପାଖ ଅନେକ ଗାଁରେ ଗଛପତ୍ର ମଧ୍ୟ ପୋଡିଯାଇଥିଲା ବୋଲି ସେ କହିଛନ୍ତି।

ଲପଙ୍ଗ। ସ୍ଥିତ ଆଦିତ୍ୟ ଆଲୁମିୟମ କାରଖାନା ତଳି ଅଞ୍ଚଳର ହାଡମୁଣ୍ଡା, ଟୁଡୁମକାନି, ଅଁଳାକାନି, ଗୁମୁକାରମା, ଘିଚାମୁରା, ଖଡିଆପାଲି ଓ ବାଞ୍ଜିବେରଣା ଗାଁ ଚାଷ ଜମିରେ ଧାନ ଗଛ ଓ ତଳି ସବୁ ପୋଡିଯାଇଥିବା ଦେଖିବାକୁ ମିଳିଥିଲା । କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ ଗତ ୨୦ ତାରିଖରେ ଆଦିତ୍ୟ ଆଲୁମିନିୟମ କାରଖାନା ଦ୍ୱାରା ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଧାନ ଚାଷ ନଷ୍ଟ ହେବା ସହ ଗଛପତ୍ର ପୋଡିଯାଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୧ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ବୈଜ୍ଞାନିକମାନ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବା ସହ ଧାନ ଗଛ ଓ ପାଣି ନମୁନା ପରୀକ୍ଷା ଲାଗି ନେଇଥିଲେ ।

Related story