ଜୁଲାଇ ୧୫ ସୁଦ୍ଧା ନାଁ ଲେଖା‌ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍‌ ପ୍ରକ୍ରିୟା ଶେଷ କର। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଆଜି ବିଜ୍ଞପ୍ତି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏ ନେଇ ଆଜି ରାଜ୍ୟର ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ। ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟଦିବସରେ ସକାଳ ୭ଟାରୁ […]

SCHOOL STUDENT

Manoranjan Sial
  • Published: Friday, 05 June 2020
  • , Updated: 05 June 2020, 09:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍‌ ପ୍ରକ୍ରିୟା ଶେଷ କର। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଆଜି ବିଜ୍ଞପ୍ତି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏ ନେଇ ଆଜି ରାଜ୍ୟର ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ।

ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟଦିବସରେ ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ଆଡମିଶନ କାର୍ଯ୍ୟ ସମ୍ପାଦନ ହେବ। ଏହି ସମୟରେ ଛାତ୍ର କିମ୍ବା ଅଭିଭାବକ ମିଶି ୫ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ସେହିଭଳି କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ସମସ୍ତ ଗାଇଡଲାଇନ୍ ପାଳନ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜ ଆଦି ନିଶ୍ଚିତ କରିବା ଲାଗି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି।

Related story