ଓକିଲଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଫଳରେ ଏଣିକି ମୃତ୍ୟୁ କିମ୍ବା ସ୍ଥାୟୀ ଶାରିରିକ ଅବା ମାନସିକ ଅକ୍ଷମ ହୋଇ ସ୍ୱେଚ୍ଛାକୃତ ସେବାନିବୃତ୍ତ ହେଉଥିବା ଓକିଲଙ୍କୁ ଅପେକ୍ଷାକୃତ ଅଧିକ ଆର୍ଥିକ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରୀ ଲାଭ କରିଥିବା ସଂଶୋଧନ ପ୍ରସ୍ତାବ ଅନୁସାରେ ଅଧିବକ୍ତା କଲ୍ୟାଣ ପାଣ୍ଠିର ସଦସ୍ୟମାନ(ଓକିଲ)ଙ୍କ ମୃତ୍ୟୁ, ଅବସର କିମ୍ବା  ଶାରୀରିକ […]

lawer-11

Tapas Behera
  • Published: Monday, 28 December 2020
  • , Updated: 28 December 2020, 09:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଫଳରେ ଏଣିକି ମୃତ୍ୟୁ କିମ୍ବା ସ୍ଥାୟୀ ଶାରିରିକ ଅବା ମାନସିକ ଅକ୍ଷମ ହୋଇ ସ୍ୱେଚ୍ଛାକୃତ ସେବାନିବୃତ୍ତ ହେଉଥିବା ଓକିଲଙ୍କୁ ଅପେକ୍ଷାକୃତ ଅଧିକ ଆର୍ଥିକ ସହାୟତା ମିଳିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରୀ ଲାଭ କରିଥିବା ସଂଶୋଧନ ପ୍ରସ୍ତାବ ଅନୁସାରେ ଅଧିବକ୍ତା କଲ୍ୟାଣ ପାଣ୍ଠିର ସଦସ୍ୟମାନ(ଓକିଲ)ଙ୍କ ମୃତ୍ୟୁ, ଅବସର କିମ୍ବା  ଶାରୀରିକ ବା ମାନସିକ ଅକ୍ଷମ କାରଣରୁ ସ୍ୱେଚ୍ଛାକୃତ ସେବାନିବୃତ ହେଲେ ଏବେ ମିଳୁଥିବା ଆର୍ଥିକ ସୁବିଧାଠାରୁ ଅଧିକ ଆର୍ଥିକ ଲାଭ ପାଇବେ। ଟ୍ରଷ୍ଟ କମିଟିର ସୁପାରିସ୍  ଓ ଅଧିବକ୍ତା କଲ୍ୟାଣ ପାଣ୍ଠିରେ ଥିବା ଅର୍ଥରାଶିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭ରେ ଥିବା ଅନୁସୂଚୀକୁ ସଂଶୋଧନ କରିପାରିବେ ବୋଲି କ୍ୟାବିନେଟ୍ ଅନୁମତି ଦେଇଛନ୍ତି।

ସେହିପରି ୧୯୭୪ ମସିହାରୁ ୨୦୧୬ ମସିହା ମଧ୍ୟରେ ପ୍ରଚଳିତ ୨୦୬ଟି ଅନାବଶ୍ୟକ ଆଇନକୁ ପ୍ରତ୍ୟାହାର ପାଇଁ ଚିହ୍ନଟ କରାଯାଇଛି। ରାଜ୍ୟ ବିଧି ଆୟୋଗ ୨୦୨୦ ଡିସେମ୍ବର ୨୧ତାରିଖରେ ତାଙ୍କର ରିପୋର୍ଟରେ ଏହି ୨୦୬ଟି ଆଇନକୁ ପ୍ରତ୍ୟାହାର ପାଇଁ ସୁପାରିସ୍ କରିଛନ୍ତି। ତେଣୁ ବୈଧାନିକ ପୁସ୍ତକରୁ ଅତିରିକ୍ତ ବୋଝ ହ୍ରାସ ସହିତ ଜନସାଧାରଣଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ନିମନ୍ତେ ଓଡ଼ିଶା ରିପିଲିଂ ବିଲ୍ -୨୦୨୦କୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଏହାସହିତ ୨୦୬ଟି ଅନାବଶ୍ୟକ ଅଧିନିୟମକୁ ପ୍ରତ୍ୟାହାର ନିମନ୍ତେ କ୍ୟାବିନେଟ୍ ଅନୁମତି ଦେଇଛନ୍ତି।

Related story