Advertisment

୩୦ ବର୍ଷ ପରେ ମେ’ ମାସରେ ବାତ୍ୟାକୁ ସାମ୍ନା କରିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ଉଗ୍ର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୂରୀ ଠାରୁ ୬୮୦ କିମି ଦୂରରେ ରହିଥିବା ବେଳେ ୩ତାରିଖ ଅପରାହ୍ନରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସାଧାରଣତଃ ସେପ୍ଟେମ୍ବର, ଅକ୍ଟୋବର ମାସରେ ଆମେ ବାତ୍ୟାର ସାମ୍ନା କରିଥାଉ। ଓଡ଼ିଶାର ସବୁଠୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟା ହେଉ, ୨୦୧୩ରେ ଆସିଥିବା ଫାଇଲିନ୍‌, ୨୦୧୪ରେ ଆସିଥିବା ହୁଡ୍‌ହୁଡ୍‌ ବା ଗତ […]

ଅଦ୍ୟତନ ହୋଇଛି
୩୦ ବର୍ଷ ପରେ ମେ’ ମାସରେ ବାତ୍ୟାକୁ ସାମ୍ନା କରିବ ଓଡ଼ିଶା

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ଉଗ୍ର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୂରୀ ଠାରୁ ୬୮୦ କିମି ଦୂରରେ ରହିଥିବା ବେଳେ ୩ତାରିଖ ଅପରାହ୍ନରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Advertisment

ସାଧାରଣତଃ ସେପ୍ଟେମ୍ବର, ଅକ୍ଟୋବର ମାସରେ ଆମେ ବାତ୍ୟାର ସାମ୍ନା କରିଥାଉ। ଓଡ଼ିଶାର ସବୁଠୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟା ହେଉ, ୨୦୧୩ରେ ଆସିଥିବା ଫାଇଲିନ୍‌, ୨୦୧୪ରେ ଆସିଥିବା ହୁଡ୍‌ହୁଡ୍‌ ବା ଗତ ବର୍ଷ ଓଡ଼ିଶାରେ ତାଣ୍ଡବ ସୃଷ୍ଟି କରିଥିବା ତିତ୍‌ଲି ସବୁ ବାତ୍ୟା ଅକ୍ଟୋବର ମାସରେ ଓଡ଼ିଶାକୁ ଆସି ବହୁ ଜନଜୀବନ ନଷ୍ଟ କରିଛି।

ତେବେ ଆପଣ ଭାବୁଥିବେ, ଏହି ଖରାଦିନ ବା ମେ’ ମାସରେ ବାତ୍ୟା କ’ଣ ପାଇଁ ଆସିଛି। ଏହାର କାରଣ କ’ଣ ହୋଇଥାଇ ପାରେ।  ଜାଣିରଖନ୍ତୁ, ମେ’ ମାସରେ ବାତ୍ୟା ଆସିବା କାରଣ ବିଷୟରେ।

Advertisment

ପୂର୍ବରୁ ଏହି ସବୁ ମସିହାରେ ମେ’ ମାସରେ ଆସିଛି ବାତ୍ୟା 

୧୩୦ ବର୍ଷ ମଧ୍ୟରେ ପ୍ରାୟ ୫ ଥର ଓଡ଼ିଶା ମେ’ ମାସରେ ଏହିଭଳି ବାତ୍ୟାର ସାମ୍ନା କରିଛି। ୧୮୯୩ ମସିହାରେ ଏହିଭଳି ଏକ ବାତ୍ୟା ଓଡ଼ିଶା ଉପକୂଳ ତଥା ଭଦ୍ରକ ଏବଂ ଚାନ୍ଦବାଲି ଦେଇ ଗତି କରିଥିଲା। ସେହିପରି ୧୯୧୪, ୧୯୧୭, ୧୯୮୨ ଏବଂ ୧୯୮୯ ମସିହା ମେ’ ମାସରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତିକରିଥିଲା। ଏସବୁ କିନ୍ତୁ ସାଇକ୍ଲୋନିକ୍‌ ଷ୍ଟର୍ମ ଥିଲା। ଏବେ ୩୦ ବର୍ଷ ପରେ ପୁଣିଥରେ ଓଡ଼ିଶା ମେ’ ମାସରେ ବାତ୍ୟାର ସମ୍ନା କରିବାକୁ ଯାଉଛି।

ଏବେ ଆସୁଥିବା ବାତ୍ୟା ଫନି ହେଉଛି ଭେରି ଏକ୍‌ଷ୍ଟ୍ରିମିଲ୍‌ ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ।  ମେ’ ୩ ତାରିଖ ସୁଦ୍ଧା ପୁରୀ ଠାରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ୧୬୫ରୁ ୧୮୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏପରିକି ପବନର ବେଗ ୨୦୦ ଟପିବାରେ ବୋଲି ମଧ୍ୟ ଆକଳନ କରାଯାଉଛି।

ବେଟାଇମ୍‌ରେ ବାତ୍ୟାର କାରଣ

ବାତ୍ୟା ମୁଖ୍ୟତଃ ୩ଟି କାରଣରୁ ହୋଇଥାଏ। ଗୋଟେ ହେଲା ସମୁଦ୍ର ପତନର ତାପମାତ୍ରା। ଯଦି ଏହି ତାପମାତ୍ରା ୨୬.୫ ଡିଗ୍ରୀ ଭିତରେ ରୁହେ, ତେବେ ଲଘୁଚାପ ଘନିଭୂତ ହୋଇ ସାଇକ୍ଲୋନ୍‌ରେ ପରିଣତ ହୋଇଥାଏ।

ଆଉ ଗୋଟିଏ କାରଣ ହେଲା, ସମୁଦ୍ର ପତନରେ ଯଦି ବାୟୁ ଚାପ ଓ ଓଜନ କମି ଯାଉଛି ତେବେ ଏହାର ଚାରିପାଖରେ ପବନର ଚାପ ଅଧିକ ରହୁଛି। ଫଳରେ ଚାରିପାଖରୁ ବାୟୁ ଦ୍ରୁତ ବେଗରେ କେନ୍ଦ୍ରସ୍ଥଳକୁ ଆସିଥାଏ। ଏହି ବାୟୁ ବାହାରକୁ ଆସିବା ପାଇଁ କୌଣସି ବାଟ ନଥାଏ । ତାହା ମଧ୍ୟ ବାତ୍ୟାର କାରଣ ହୋଇପାରେ।

ଏବଂ ତୃତୀୟ କାରଣଟି ହେଲା,  ସମୁଦ୍ର ପତନରେ ଘନୀଭୂତ ହେଉଥିବା ବାଷ୍ପ କମ୍‌ ଜାଗାରେ ରହିଲେ ତାହା ପାଣିକୁ ଅଧିକ ଗରମ କରିଥାଏ। ଯାହା ଦ୍ୱାରା ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe