କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ । ହାଇକୋର୍ଟ ବାର୍ ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ହାଇକୋର୍ଟ ବାର୍ ଆସୋସିଏସନ ଅନୁରୋଧ କରିଛି ।
ଗତ ୧ ତାରିଖରେ ବାର୍ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ଘୋଷଣା ହୋଇଥିଲା । ବାର୍ କାଉନସିଲ ଅଫ୍ ଇଣ୍ଡିଆର ଅନୁରୋଧ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ହାଇକୋର୍ଟ ବାର୍ ସଭାପତି କହିଥିଲେ । ତେବେ କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ, ଖାଲିପଡ଼ିଥିବା ବିଚାରପତି ପଦ ପୂରଣ, ବିଚାରପତି ନିଯୁକ୍ତି ବେଳେ ହାଇକୋର୍ଟରେ ପ୍ରାକ୍ଟିସ୍ କରୁଥିବା ଆଇନଜୀବୀଙ୍କୁ ପ୍ରାଧାନ୍ୟ ଦିଆଯିବା ଭଳି ଦାବିରେ ସଂଘ ପୂର୍ବଭଳି ଅଟଳ ରହିଥିବା ବାର ସଭାପତି କହିଛନ୍ତି। ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।