କମିଛି ପାଣି, ଯାଇନି ଦୁର୍ଦ୍ଦଶା; ବ୍ୟାପୁଛି ଜ୍ୱର, ଚର୍ମ ରୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ୟା ପାଣି କମିଛି। ହେଲେ କମିନି ଦୁର୍ଦ୍ଦଶା ଓ ଯନ୍ତ୍ରଣା। ଏବେ ମଧ୍ୟ ଅନେକ ଗାଁ ପାଣି ଘେରରେ ରହିଛି। ଖାଇବା ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପିଇବା ପାଣି କଥା ନକହିବା ଭଲ୍‌। ଶୋଷ ମେଣ୍ଟାଇବା ପାଇଁ ସେହି ପାଣିକୁ ପିଇବାକୁ ପଡ଼ୁଛି। ଯେଉଁଥିପାଇଁ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ବନ୍ୟା ପ୍ରପୀଡିତ। କେଉଁଠି ଜ୍ୱର-କାଶ ବ୍ୟାପୁଛି ତ ଆଉ କେଉଁଠି ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି ଲୋକ। ତେବେ […]

Athagarh

  • Published: Thursday, 18 August 2022
  • , Updated: 18 August 2022, 09:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ୟା ପାଣି କମିଛି। ହେଲେ କମିନି ଦୁର୍ଦ୍ଦଶା ଓ ଯନ୍ତ୍ରଣା। ଏବେ ମଧ୍ୟ ଅନେକ ଗାଁ ପାଣି ଘେରରେ ରହିଛି। ଖାଇବା ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପିଇବା ପାଣି କଥା ନକହିବା ଭଲ୍‌। ଶୋଷ ମେଣ୍ଟାଇବା ପାଇଁ ସେହି ପାଣିକୁ ପିଇବାକୁ ପଡ଼ୁଛି। ଯେଉଁଥିପାଇଁ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ବନ୍ୟା ପ୍ରପୀଡିତ। କେଉଁଠି ଜ୍ୱର-କାଶ ବ୍ୟାପୁଛି ତ ଆଉ କେଉଁଠି ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି ଲୋକ। ତେବେ ଏଥିପ୍ରତି ପ୍ରଶାସନ ତିଳେ ମାତ୍ର ନଜର ଦେଉନଥିବାରୁ ବନ୍ୟା ପ୍ରଭାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବନ୍ୟା ପାଣି ଘରରେ ରହିଛି କଟକ ଜିଲ୍ଲା ତିଗିରିଆର କୋଇଲିକନ୍ୟା ଗାଁ। ଏହି ଗାଁରେ ବ୍ୟାପିଛି ଜ୍ୱର ଓ କାଶ। ଘରେ ଘରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଛନ୍ତି। ଚାରି ପାର୍ଶ୍ୱରେ ବନ୍ୟା ପାଣି ଲହଡି ମାରୁଥିବାରୁ ଘରୁ ବାହାରି ପାରୁନାହାନ୍ତି। ତିନି ଦିନ ଧରି ବନ୍ୟା ପାଣିରେ ଫସି ରହିବା ପରେ ଜ୍ୱର ଓ କାଶରେ ପୀଡ଼ିତ ପିଲାଙ୍କୁ କୋଳରେ ଧରି ଡ୍ରମରେ ତିଆରି ଭେଳାରେ ମେଡିକାଲ୍‌ ଯାଉଛନ୍ତି ମହଳା। ଡ୍ରମରେ ତିଆରି ଭେଳାରେ ଯାତ୍ରା କରିବା ବିପଦପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ମହିଳାମାନେ ଆସୁଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଏପରି ଦୁର୍ଦ୍ଦିନରେ ନେତା ଓ ପ୍ରଶାସନିକ ଅଧିକାରୀ କିମ୍ୱା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦେଖା ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

କୋଇଲିକନ୍ୟା ଗାଁର ଜଣେ ମହିଳା କହିଛନ୍ତି, ପିଲାକୁ ଜ୍ୱର ହୋଇଛି। ପ୍ରଶାସନ ଆମ ଗାଁକୁ ଡଙ୍ଗା ଦେଲାନାହିଁ। ସେଥିପାଇଁ ଡଙ୍ଗା ତିଆରି କରି ଆସିବାକୁ ପଡ଼ିଲା ବୋଲି ସେ କହିଛନ୍ତି।

ସମାନ ଚିତ୍ର ଆସିଛି ବାଙ୍କି ଏନ୍‌ଏସିର ମନ୍ତ୍ରୀ ସାହିରୁ। ଏଠାରେ ବ୍ୟାପିଛି ଚର୍ମ ରୋଗ। ପିଲାଙ୍କ ଦେହରେ ଫୋଟକା ଭଳି ଫଳି ଯାଇଛି। ବଡ଼ ଲୋକଙ୍କ ଶରୀରରେ ଯାଦୁ ଭଳି ଫଳି ଯାଇଛି ଓ କୁଣ୍ଡାଇ ହେଉଛି। ଦୂଷିତ ବନ୍ୟା ପାଣିରୁ ଏଭଳି ହେଉଥିବା ଅନୁମାନ କରାଯାଉଛି। ହେଲେ ଏହାର ପ୍ରତିକାର ପାଇଁ କାହାରି ନଜର ନାହିଁ। ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ନାହାନ୍ତି ମେଡ଼ିକାଲ୍‌ ଟିମ୍‌। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related story