ଯଦି ଲୋକେ ପୁଣି ନବୀନଙ୍କୁ ସମର୍ଥନ କରନ୍ତି, ତା’ହେଲେ ରାଜ୍ୟ ବୁଡ଼ିଯିବ: ଦାମ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ଚାରା ଦୁର୍ନୀତି ନେଇ ନବୀନଙ୍କ ପାଖରେ ଅଭିଯୋଗ କରିଥିଲି। ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋତେ କାଢ଼ି ଦେଲେ। ଗଲା ଛଅ ସାତ ମାସ ହେଲାଣି ମୁଁ ସାରା ରାଜ୍ୟରେ ବୁଲି ଲୋକଙ୍କୁ ନବୀନଙ୍କ କଳା ଶାସନ ବିଷୟରେ ଅବଗତ କରାଉଛି। ଯଦି ଲୋକେ ପୁଣି ନବୀନଙ୍କୁ ସମର୍ଥନ କରନ୍ତି, ତା’ହେଲେ ରାଜ୍ୟ ବୁଡ଼ିଯିବ ବୋଲି କହିଛି। ଆଉ ମୋର ଏ କଥାକୁ ଲୋକେ ଗ୍ରହଣ ମଧ୍ୟ କରିଛନ୍ତି।” ଆଜି ବିଜେପିରେ ଯୋଗ ଦେବା […]

damodar

damodar

Jitendra Garnayak
  • Published: Thursday, 14 March 2019
  • Updated: 15 March 2019, 02:56 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ଚାରା ଦୁର୍ନୀତି ନେଇ ନବୀନଙ୍କ ପାଖରେ ଅଭିଯୋଗ କରିଥିଲି। ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋତେ କାଢ଼ି ଦେଲେ। ଗଲା ଛଅ ସାତ ମାସ ହେଲାଣି ମୁଁ ସାରା ରାଜ୍ୟରେ ବୁଲି ଲୋକଙ୍କୁ ନବୀନଙ୍କ କଳା ଶାସନ ବିଷୟରେ ଅବଗତ କରାଉଛି। ଯଦି ଲୋକେ ପୁଣି ନବୀନଙ୍କୁ ସମର୍ଥନ କରନ୍ତି, ତା’ହେଲେ ରାଜ୍ୟ ବୁଡ଼ିଯିବ ବୋଲି କହିଛି। ଆଉ ମୋର ଏ କଥାକୁ ଲୋକେ ଗ୍ରହଣ ମଧ୍ୟ କରିଛନ୍ତି।”

ଆଜି ବିଜେପିରେ ଯୋଗ ଦେବା ଅବସରରେ ବରିଷ୍ଠ ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଏହି କଥା କହିଥିଲେ।

ସେ କହିଥିଲେ,“ନବୀନ ପଟ୍ଟନାୟକଙ୍କ ପ୍ରକୃତି ବିଜୁ ବାବୁଙ୍କ ଠିକ୍ ବିପରୀତ। ସେ ଓଡ଼ିଶା ଲୋକଙ୍କୁ ଭଲ ପାଆନ୍ତି ନାହିଁ। ଓଡ଼ିଆ କୁହନ୍ତି ନାହିଁ। ନବୀନ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ଓ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି।”

ଦାମ କହିଥିଲେ,“ବିଜୁ ବାବୁ କୋଟିପତି ଥିଲେ। ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ସେ ତାଙ୍କ କୋଠା ବିକି ଦେଇଥିଲେ। କିନ୍ତୁ ତାଙ୍କ ପୁଅ ଏବେ ଦୁର୍ନୀତିଗ୍ରସ୍ତଙ୍କୁ ନିଜ ପାଖରେ ରଖିଛନ୍ତି। ଯେଉଁମାନଙ୍କର କୋଠା ନାହିଁ ସେମାନେ ଏବେ କୋଟିପତି ହେବାକୁ ବିଜେଡିକୁ ଚାଲି ଆସୁଛନ୍ତି। ବିଜେଡିରେ ଏବେ ଆଉ କେହି ବିଜୁ ବାବୁଙ୍କ ଅନୁଗତ ନାହାନ୍ତି। ଏବେ ଦଳରେ ଥିବା ବିଧାୟକ ଓ ମନ୍ତ୍ରୀଙ୍କ ମଧ୍ୟରୁ ୩୭ ଜଣଙ୍କ ପଛରେ ସିବିଆଇ ପଡ଼ିଛି।”

[caption id="attachment_352898" align="aligncenter" width="750"]dama ଦାମୋଦର ରାଉତ ବିଜେପିରେ ଯୋଗ ଦେବା ଅବସରରେ[/caption]

ସେ ମୁଖ୍ୟମନ୍ତ୍ରୀଙ୍କୁ ଶାଣିତ ଢଙ୍ଗରେ ସମାଲୋଚନା କରି କହିଥିଲେ,“ଓଡ଼ିଶାରେ ଚାଷୀଙ୍କୁ ହଇରାଣ କରାଯାଉଛି। ସେମାନେ ଆତ୍ମହତ୍ୟା କରୁଛନ୍ତି। ଓଡ଼ିଶାରେ ନାରୀ ସୁରକ୍ଷିତ ନୁହେଁ। ସାରା ଦେଶରେ ଓଡ଼ିଶାରେ ହିଁ ନାରୀମାନେ ସବୁଠୁ ଅସୁରକ୍ଷିତ। ଆଦିବାସୀଙ୍କ ବିକାଶ ପାଇଁ ବିଜୁ ବାବୁ ସବୁବେଳେ ଚିନ୍ତା କରୁଥିଲେ। କିନ୍ତୁ ତାଙ୍କ ପୁଅ ଆଦିବାସୀଙ୍କ ପାଇଁ କିଛି କରି ନାହାନ୍ତି। ଜଣେ ସଚେତନ ନାଗରିକ ଭାବେ ମୁଁ କେମିତି ଏସବୁ ସହ୍ୟ କରିବି।”

ବିଜୁ ବାବୁଙ୍କ ପ୍ରଶଂସା କରି ଦାମ କହିଥିଲେ,“ମୋତେ ବିଜୁ ବାବୁ ରାଜନୀତିକୁ ଆଣିଥିଲେ। ୨୦ ବର୍ଷ କାଳ ମୁଁ ତାଙ୍କ ସହଯୋଗୀ ହୋଇ କାର୍ଯ୍ୟ କରିଛି। ମୁଁ ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ।”

dama1ବିଜେପିରେ ଯୋଗ ଦେବା ନେଇ ଦାମ କହିଥିଲେ ଯେ ଅନେକ ତର୍ଜମା କରିବା ପରେ ସେ ବିଜେପିରେ ମିଶିଛନ୍ତି। ଓଡ଼ିଶା ଓ ଏହାର ଲୋକଙ୍କ ସ୍ୱାର୍ଥ ପାଇଁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ।

ଆଜି ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦାମଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ ଓ ସାଂସଦ ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ପରେ ଦାମୋଦର ରାଉତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଯାଇ ସାକ୍ଷାତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story