ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ଛାତ୍ରଛାତ୍ରୀ ବେହୋସ୍‌

Ordigital Desk
  • Published: Wednesday, 16 August 2017
  • , Updated: 16 August 2017, 06:20 PM IST
<p>ଖୋର୍ଦ୍ଧା: ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ଏହି ଖାଦ୍ୟ ଖାଇବା ପରେ ଆଜି ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଅଣ୍ଡା ଖାଇ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ରାଜଧାନୀଠାରୁ ଅଳ୍ପ ଦୂର ଖୋର୍ଦ୍ଧା ଦେଉଳାଟାଙ୍ଗି ପ୍ରାଥମିକ ସ୍କୁଲରେ ଘଟିଛି।</p> <p>ଆଜି ବୁଧବାର। ସ୍କୁଲରେ ଦିଆଯାଉଥିବା ମଧ୍ୟହ୍ନ ଭୋଜନ ମେନୁରେ ଭାତ, ଡାଲି ଓ ଅଣ୍ଡା ତରକାରି ହୋଇଥିଲା। ମଧ୍ୟାହ୍ନ ବିତରେ ପିଲାମାନେ ଧାଡିରେ ବସି ଖାଇଥିଲେ। ଖାଇବାର କିଛି ସମୟ ପରେ ୫ରୁ ୬ ଜଣ ପିଲାଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି କରିଥିଲେ। ପରେ ଅନ୍ୟମାନେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଓ ଅଭିଭାବକମାନେ ପିଲାମାନଙ୍କୁ ଉଦ୍ଧାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବହୁ ପିଲାମାନଙ୍କୁ ସାଲାଇନ୍&zwnj; ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ନିମ୍ନମାନର ଅଣ୍ଡା ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।</p> <p>ପିଲାମାନଙ୍କୁ ସ୍କୁଲ ଅଭିମୁଖୀ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସରକାର ପ୍ରଚଳନ କରିଥିଲେ ମଧ୍ୟାହ୍ନ ଭୋଜ। ଏବେ ଏହି ମଧ୍ୟହ୍ନ ଭୋଜନ ପିଲାମାନଙ୍କ ଅବିଶାପ ପାଲଟିଛି। ଅସାବଧାନତା ଯୋଗୁଁ କେତେବେଳେ ମଧ୍ୟାହ୍ନ ଭୋଜନ ରୋଷେଇରେ ପୋକ ପଡ଼ୁଛନ୍ତି ତ ଆଉ କେଉଁଠି ଝିଟିପିଟି ପଡ଼ୁଛି। ପରେ ସେହି ଖାଦ୍ୟକୁ ପିଲାମାନେ ଖାଇ ଅସୁସ୍ଥ ହେଉଛନ୍ତି।</p>

Related story