ଅସନ୍ତୋଷ ପରେ ବିଜେଡି ଖେଳିଲା ମହିଳା କାର୍ଡ, ନଜରରେ ବି ରାଜ୍ୟସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ ଶକ୍ତିରେ ସାମିଲ ଥିବା ୭୦ଲକ୍ଷ ମହିଳା ସଦସ୍ୟଙ୍କୁ ନିଜର ଭୋଟବ୍ୟାଙ୍କ ଭାବେ ଉପଯୋଗ କରି କ୍ରମାଗତ ପଞ୍ଚମଥର କ୍ଷମତାସୀନ ହୋଇଥିବା ଶାସକ ବିଜେଡି ଏବେ ମହିଳା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପୁଣିଥରେ ‘ମହିଳା କାର୍ଡ’କୁ ନିଜର ଅସ୍ତ୍ର କରିଛି। ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ୧୫ଦିନ ବ୍ୟାପୀ ପାଳନ କରିବା ଅବସରରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରି ବିଭିନ୍ନ କ୍ଷେତ୍ରରେ ସଫଳ ୧୦ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା […]

missian

missian

Manoranjan Sial
  • Published: Monday, 02 March 2020
  • Updated: 04 March 2020, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ ଶକ୍ତିରେ ସାମିଲ ଥିବା ୭୦ଲକ୍ଷ ମହିଳା ସଦସ୍ୟଙ୍କୁ ନିଜର ଭୋଟବ୍ୟାଙ୍କ ଭାବେ ଉପଯୋଗ କରି କ୍ରମାଗତ ପଞ୍ଚମଥର କ୍ଷମତାସୀନ ହୋଇଥିବା ଶାସକ ବିଜେଡି ଏବେ ମହିଳା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପୁଣିଥରେ ‘ମହିଳା କାର୍ଡ’କୁ ନିଜର ଅସ୍ତ୍ର କରିଛି। ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ୧୫ଦିନ ବ୍ୟାପୀ ପାଳନ କରିବା ଅବସରରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରି ବିଭିନ୍ନ କ୍ଷେତ୍ରରେ ସଫଳ ୧୦ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ଓ ଆଗାମୀ ରାଜ୍ୟସଭା ନିର୍ବାଚନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ସଙ୍କେତ ମାଧ୍ୟମରେ ମହିଳା ତୁଷ୍ଟିକରଣ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ବିଜେଡି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ନଜର ପକାଇ ସେମାନଙ୍କୁ ଆକୃଷ୍ଟ ନିମନ୍ତେ ୧୧ଟି ଜିଲ୍ଲାରେ ମହିଳା ସମାବେଶ କରିବା ସହ ପୁଳାପୁଳା ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଭୋଟ୍ ଜିତିବାପରେ ସେମାନଙ୍କୁ ଦଳ ସମ୍ପୂର୍ଣ୍ଣ ଭୁଲି ଯାଇଥିଲା। ସେହିପରି ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଜାତୀୟସ୍ତରରେ ବିଜେଡି ସ୍ୱତନ୍ତ୍ର ଅଭିଯାନ ଚଳାଇ ସବୁ ରାଜନୀତିକ ଦଳ ପାଖକୁ ଯାଇଥିଲା। ସେତେବେଳେ ଜାତୀୟସ୍ତରରେ ଦଳର ଏଭଳି ମହିଳାଙ୍କ ପ୍ରତି ସମର୍ଥନକୁ ପ୍ରଶଂସା ମଧ୍ୟ କରାଯାଇଥିଲା। ଏସବୁ ବ୍ୟତୀତ ଦଳ ଲୋକସଭା ନିର୍ବାଚନରେ ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିବାବେଳେ ବିଧାନସଭାରେ ୧୦% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପଛାଇ ନଥିଲା। କିନ୍ତୁ ନିର୍ବାଚନରେ ବିପୁଳ ବ୍ୟବଧାନରେ କ୍ରମାଗତ ୫ମ ଥର ପାଇଁ ବିଜୟୀ ହେବାପରେ ଉଭୟ ଦଳ ଓ ସରକାର ନିଜର ମହିଳା ଭୋଟବ୍ୟାଙ୍କକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଯଦିଓ ସାଧାରଣ ନିର୍ବାଚନ ପରେ ବିଜେଡି ସରକାର ରାଜ୍ୟର ମୋଟ ୩୯ଟି ନିଗମ-ଉଦ୍ୟୋଗ ଓ ୪ଟି କମିଶନର ବିଭିନ୍ନ ପଦପଦବୀରେ ମାତ୍ର ୮ଜଣ ମହିଳାଙ୍କୁ ଥଇଥାନ କରିଛନ୍ତି । ଯାହାକି ମାତ୍ର ୨୦ପ୍ରତିଶତ ମଧ୍ୟରେ ସୀମିତ । ତେଣୁ ତୃଣମୂଳସ୍ତରରେ ମହିଳାମାନେ ନିଜକୁ ଅବହେଳିତ ମଣିବା ସହ ବିଜେଡି କେବଳ ସେମାନଙ୍କୁ ଭୋଟ୍ ପାଇଁ ଉପଯୋଗ କରିଥିବା ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିବା ପରେ ବିଜେଡି ରଣନୀତିକାରଙ୍କ ଚେତା ପଶିଛି। ମହିଳା ବିଜେଡି ସଭାନେତ୍ରୀ ପଦ ୮ ମାସ ହେଲା ଖାଲି ପଡ଼ିଥିଲେ ମଧ୍ୟ ଦଳ ନିଜର ଏହି ସଙ୍ଗଠନକୁ ସଜାଡ଼ିବାକୁ ଆଗ୍ରହ ଦେଖାଇ ନାହିଁ। ଏବେ ଅସନ୍ତୋଷ ବଢ଼ିବା ପରେ ସଭାନେତ୍ରୀ ପାଇଁ ଯୋଗ୍ୟ ନେତ୍ରୀଙ୍କୁ ଖୋଜିବା ନିମନ୍ତେ ଦଳ କସରତ ଆରମ୍ଭ କରିଛି।

ଖାସ୍ ଏହି କାରଣ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ୧୫ଦିନିଆ ବିଜୁ ଜୟନ୍ତୀ ପାଳନ ଅବସରରେ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ମହିଳା ସମାବେଶ କରି ୧୦ଜଣ ସଫଳ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଦଳୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମାଧ୍ୟମରେ ଦଳ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ରହିଥିବାର ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି।

ସେହିପରି ବିଜେଡି ସୂତ୍ର ଅନୁସାରେ, ମାର୍ଚ୍ଚ ୨୬ରେ ହେବାକୁ ଥିବା ଓଡ଼ିଶାର ୪ଟି ରାଜ୍ୟସଭା ପଦ ପାଇଁ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବ। କାରଣ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ସରୁଥିବାରୁ ବିଜେଡି ରାଜ୍ୟସଭାରେ ନିଜର ମହିଳା ପ୍ରତିନିଧିତ୍ୱକୁ ଶୂନ କରିବାକୁ ଚାହୁଁନି। ତା’ଛଡ଼ା ଦଳ ରାଜନୀତିରେ ସକ୍ରିୟ ଓ ସାଂଗଠନିକ ଦକ୍ଷତା ଥିବା ଉଚ୍ଚଶିକ୍ଷିତା ମହିଳାଙ୍କୁ ରାଜ୍ୟସଭା ପଠାଇ ନିଜର ଚେହେରା ଭାବେ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବାକୁ ଚାହୁଁଛି। ତେଣୁ ରାଜ୍ୟର ତୃଣମୂଳସ୍ତରର ମହିଳାଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଦୂର କରିବା ନିମନ୍ତେ ବିଜେଡି ସୁପ୍ରିମୋ ଏବେ ନିର୍ବାଚନମଣ୍ଡଳୀୱାରି ମହିଳା ସମାବେଶ ଓ ରାଜ୍ୟସଭାରେ ଦଳର ମହିଳା ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story