ବିଧିର ଦାରୁଣ ବିଧାନ, ବାପାଙ୍କ ପରେ ଅଦିନରେ ଚାଲିଗଲା ମାଆ

ବାସୁଦେବପୁର (କିରିତ ଦାସ): ଦୁଇଦିନ ହେବ ଘର ଅଗଣାରେ ପଡ଼ି ରହିଲା ମୃତଦେହ। ପାଖରେ ଶବ ସତ୍କାର କରିବାକୁ ପାଖରେ କେହି ନାହିଁ। ମାଆ ଆରପାରିକୁ ଚାଲିଗଲାଣି ଏକଥା ବୋଧେ ଜାଣି ପାରୁନଥିଲେ ଦୁଇ କୁନି ପିଲା। ବୁଢ଼ୀ ଆଈର କାନ୍ଦ ଗାଁ ଲୋକଙ୍କ କାନରେ ପଡ଼ିବାରୁ ଗ୍ରାମବାସୀ ପହଞ୍ଚି ଶବସତ୍କାର କରିଥିଲେ। ୮ ମାସ ତଳେ ଅଜାଙ୍କୁ ହରାଇଥିବା ଦୁଇ କୁନି ଶିଶୁ ଏବେ ମାଆକୁ ହରାଇ ଅନାଥ ହୋଇ ପଡ଼ିଛନ୍ତି। ଦୀର୍ଘ ଦିନ ହେଲା […]

dead

dead

Ranjit Kumar Jena
  • Published: Friday, 04 December 2020
  • Updated: 04 December 2020, 09:47 PM IST

Sports

Latest News

ବାସୁଦେବପୁର (କିରିତ ଦାସ): ଦୁଇଦିନ ହେବ ଘର ଅଗଣାରେ ପଡ଼ି ରହିଲା ମୃତଦେହ। ପାଖରେ ଶବ ସତ୍କାର କରିବାକୁ ପାଖରେ କେହି ନାହିଁ। ମାଆ ଆରପାରିକୁ ଚାଲିଗଲାଣି ଏକଥା ବୋଧେ ଜାଣି ପାରୁନଥିଲେ ଦୁଇ କୁନି ପିଲା। ବୁଢ଼ୀ ଆଈର କାନ୍ଦ ଗାଁ ଲୋକଙ୍କ କାନରେ ପଡ଼ିବାରୁ ଗ୍ରାମବାସୀ ପହଞ୍ଚି ଶବସତ୍କାର କରିଥିଲେ। ୮ ମାସ ତଳେ ଅଜାଙ୍କୁ ହରାଇଥିବା ଦୁଇ କୁନି ଶିଶୁ ଏବେ ମାଆକୁ ହରାଇ ଅନାଥ ହୋଇ ପଡ଼ିଛନ୍ତି।

ଦୀର୍ଘ ଦିନ ହେଲା ବାପା କୁଆଡ଼େ ଚାଲିଯାଇଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବେତଡ଼ା ଗାଁରେ।
ମୃତ ମହିଳା ଜଣକ ହେଲେ ସୁବର୍ଣ୍ଣା ମଲିକ। ସ୍ଥାନୀୟ ବାସୀଙ୍କ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ବିଗତ ୫ ବର୍ଷ ହେବ ଦୁଇ ପିଲାଙ୍କ ସହିତ ନିଜର ମା' ଓ ବାପାକୁ ନେଇ ଏକ ଝୁମ୍ପୁଡି ଘରେ ରହୁଥିଲେ। ଆଠମାସ ପୂର୍ବେ ସୁବର୍ଣ୍ଣାଙ୍କ ବାପା ଆରପାରିକୁ ଚାଲିଯାଇଥିଲା। ସୁବର୍ଣ୍ଣା ନିଜେ ପରଘରେ ମୂଲ ଲାଗିବା ସହି ମାଗିଯାଚି ଦୁଇ ପିଲାଙ୍କ ସହ ବୁଢ଼ୀ ମା'କୁ ପୋଷୁଥିଲା। ଦୀର୍ଘବର୍ଷ ପୂର୍ବେ କୁଆଡେ ଚାଲିଯାଇଥିବା ସ୍ୱାମୀର ଅନୁପସ୍ଥିତିରେ ସଂଘର୍ଷକରି ନିଜେ ବଞ୍ଚିବା ସହ ଦୁଇପିଲା ଓ ନିଜ ମା’କୁ ଆହାର ଯୋଗାଉଥିଲା।

କିଛିଦିନ ପୂର୍ବେ ରୋଗରେ ପୀଡ଼ିତ ହୋଇଥିବା ସୁବର୍ଣ୍ଣା ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ହୋଇଥିଲେ। ଝିଅ ଶଯ୍ୟାଶାୟୀ ହେବାପରେ ବୁଢ଼ୀ ମା'ଟି ନିରୁପାୟ ହୋଇପଡିଥିଲା। ଘରେ କିଛିନଥିବାରୁ ବୁଢ଼ୀ ମା' ମାଗିଯାଚି ପିଲାଙ୍କ ପେଟ ପୋଷୁଥିଲା। ଏଭଳି ସ୍ଥିତିରେ ବୁଧବାର ସୁବର୍ଣ୍ଣାର ମୃତ୍ୟୁ ହୋଇଥିଲା। ଝିଅର ମୃତ୍ୟୁ ଦେଖି ବୁଢ଼ୀ ମା' ଭାଙ୍ଗି ପଡିଥିଲା । ମା'କୁ ହରାଇବା ପରେ ୯ ବର୍ଷର ଝିଅ ରୂପା ଆଉ ୩ ବର୍ଷର ପୁଅ ଶିବ ସମ୍ପୂର୍ଣ୍ଣ ବେସାହାରା ହୋଇଗଲେ।

ଘରେ ଆଉ କେହି ସାହା ନଥିବା ବେଳେ, ଦୁଇଦିନ ଧରି ମୃତଦେହ ଘର ଅଗଣାରେ ପଡି ରହିଲା। ଶେଷରେ ଖବରପାଇ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବୁଢ଼ି ମା'ପାଖରୁ ଝିଅର ମୃତ୍ୟୁ ସମ୍ପର୍କରେ ଜାଣିବାପରେ ସତ୍କାର କରିବାକୁ ଆଗେଇ ଆସିଥିଲେ। ହିନ୍ଦୁ ରୀତି ନୀତି ଅନୁସାରେ ସୁବର୍ଣ୍ଣାର ଶବକୁ ଛ'ଖଣ୍ଡ ବାଉଁଶରେରଖି ଟ୍ରଲିରେ ଶୋଭାଯାତ୍ରାରେ ନେଇ ଶବ ସତ୍କାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story