ଫୁଲ କହୁଛି, ‘ମାଳି’ ମୋର: ଥାନାରେ ହାତାହାତି

Ordigital Desk
  • Published: Monday, 19 February 2018
  • , Updated: 19 February 2018, 07:46 PM IST
<p>କଟକ(ଓଡିଶା ରିପୋର୍ଟର): &ldquo;ମୁଁ ତାଙ୍କ ପ୍ରଥମ ସ୍ତ୍ରୀ । ୫ ବର୍ଷ ହେବ କୋର୍ଟରେ ଆମର କେସ୍&zwnj; ଚାଲିଛି। ସେ ମୋତେ ଭିନ୍ନ ଭିନ୍ନ ମନ୍ଦିରରେ ବାହା ହୋଇଛନ୍ତି। ଆମେ ଏକାଠି ରହିଥିଲୁ। ପରେ ମୋ ଛୁଆ ନଷ୍ଟ କଲେ । ଆଉ ଏବେ ଲୁଚି ଛପି ଆଉ ଜଣଙ୍କୁ ବାହା ହୋଇ ଘରେ ରଖିଛନ୍ତି। ମତେ ନ୍ୟାୟ ଦରକାର&rdquo; ।</p> <p>ସୋମବାର ଜଣେ ନାଲି ଶାଢି ପରିହିତ ମହିଳାଙ୍କ ଏଭଳି ମନ୍ତବ୍ୟରେ କମ୍ପିଥିଲା କଟକ ମଧୁପାଟଣା ଥାନା। ଲୋକାରଣ୍ୟ ଭିତରେ ଦେଖିବାକୁ ମିଳିଥିଲା ଦୁଇ ମହିଳା ଗୋଷ୍ଠୀର ଯୁଦ୍ଧ। କେତେବେଳେ ଚୁଟି ଟାଣି ଚଟକଣି ତ କେତେବଳେ ମୁହଁକୁ ମୁଥା। ପୋଲିସ ଉପସ୍ଥିତିରେ ଥାନା ପରିସରରେ ଚାଲିଥିଲା ମହିଳା ଯୁଦ୍ଧ। ନିଜକୁ ଜଣେ ବିବାହିତ ପୁରୁଷଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କୁ ତଥାକଥିତ ଶ୍ୱଶୁର ଘର ଲୋକେ ନିର୍ଦ୍ଧୁମ ଛେଚୁଥିବା ବେଳେ ନିଜକୁ ସ୍ତ୍ରୀ ବୋଲି ଦାବି କରୁଥିବା ଉକ୍ତ ମହିଳାଙ୍କ ଗୋଷ୍ଠୀର କେତେକ ମହିଳା ମଧ୍ୟ ଏହାର ଉତ୍ତରରେ ମାଡ଼ ମାରି ଚାଲିଥିଲେ।</p> <p>ବାସ୍ତବ କଥାଟି କ&rsquo;ଣ ଜାଣନ୍ତି ? ନୂଆପଡ଼ା ଅଞ୍ଚଳର ୨ ଯୁବକ, ଯୁବତୀଙ୍କ ପ୍ରେମ ସମ୍ପର୍କ ହିଁ ଏହି ଘଟଣାର ମଞ୍ଜି । ପୂର୍ବରୁ ପ୍ରତାରଣା ଅଭିଯୋଗ ଉକ୍ତ ଯୁବକ ଗିରଫ ହୋଇ ଜାମିନରେ ଆସି ଅନ୍ୟତ୍ର ବିବାହ କରିଛନ୍ତି । ଏମିତିକି ଆଜିକୁ ତାଙ୍କ ବାହାଘରକୁ ୫ ଦିନ ବି ପୁରିନି। ଘରେ ନୂଆ ବୋହୂ। ଆଉ ଘର ବାହାରେ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳାଙ୍କ ପାଟିତୁଣ୍ଡ । ଏହାକୁ ନେଇ ପ୍ରଥମେ ଯୁବକଙ୍କ ଘର ସାମ୍ନାରେ ଝାମେଲା ହୋଇଥିଲା । ଏହାପରେ କଥା ଥାନାକୁ ଯାଇଥିଲା। ଆଉ ଏଠି ଚିତ୍ର ଥିଲା ପୁରା ଅଲଗା । ହାତାହାତି ପରିସ୍ଥିତି ପୋଲିସ ସମ୍ମୁଖରେ ହୋଇଥିବା ବେଳେ ନିଜକୁ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ କୁଆଡେ ନିଜ ଦାବି ସମ୍ପର୍କିତ କୌଣସି ପ୍ରମାଣ ଦେଇପାରୁ ନ ଥିଲେ। ଯାହାକୁ ନେଇ ପୋଲିସ ତାଙ୍କୁ ସହଯୋଗ କରିବାର କୌଣସି ଉପାୟ ନ ଥିଲା । ଏଣେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ଓ ପୂର୍ବ ଘଟଣାକୁ ନେଇ କୋର୍ଟରେ ମାମଲା ଚାଲୁ ରହିଥିବା କୁହାଯାଇଛି।</p>

Related story