ଧର୍ମଗଡ଼(ଇଙ୍ଗିତ ପଣ୍ଡା):କଳାହାଣ୍ଡି ଜିଲ୍ଲାର କଲମପୁର ସିଙ୍ଗାରିଘାଟି ରାସ୍ତା ନିର୍ମାଣରେ ବିଳମ୍ୱ ଯୋଗୁ ସ୍ଥାନୀୟ ଲୋକେ ଆଜି ଗୁମାବାହାଲ ନିକଟରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ସିଙ୍ଗାରିଘାଟି ରାସ୍ତା କାମକୁ ଠିକାଦାର ଅଧପନ୍ତରିଆ ଭାବେ ପକେଇ ରଖିଛି। ଫଳରେ ଥୁଆମୂଳ-ରାମପୁର ଏବଂ କାଶୀପୁରକୁ ସଂଯୋଗ କରୁଥିବା ଏହି ରାସ୍ତା ବ୍ୟବହାର ଉପଯୋଗୀ ନୁହେଁ। ରାସ୍ତାରେ ବଡ଼ ବଡ଼ ମେଟାଲ ଉଠିବା ସହିତ ଧୂଳି ଧୂଆଁରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି। ଏନେଇ ଲୋକେ ପିଡବ୍ଲ୍ୟୁଡି ବିଭାଗକୁ ବାରମ୍ୱାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସକାଳେ ରାସ୍ତା କାମ ତୁରନ୍ତ ଆରମ୍ଭ କରିବା ଦାବିରେ ରାସ୍ତାରୋକ କରାଯାଇଛି। ଘଟଣାସ୍ଥଳରେ କଲମପୁର ବିଡିଓ ଓ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।