- Videos
- Odisha
- ‘ଅଗ୍ନି-୬ ମିଜାଇଲ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି ଭାରତ’
‘ଅଗ୍ନି-୬ ମିଜାଇଲ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି ଭାରତ’
- Published: Sunday, 10 December 2017
- , Updated: 10 December 2017, 11:00 PM IST
<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଦ୍ଧ ବିମାନରୁ ବ୍ରହ୍ମୋସ ଭଳି ସୁପରସୋନିକ୍ ମିଜାଇଲ ପରୀକ୍ଷା କରିବାରେ ସଫଳ ହୋଇଛି ଭାରତ। ଏହା ପରେ ବିଶ୍ୱର ଏକାଧିକ ରାଷ୍ଟ୍ର ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ଭାରତ ଅଗ୍ନି-୬ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଗ୍ନି-୧ ମିଜାଇଲ ତାର ବିଶେଷତ୍ୱ ବଜାୟ ରଖିଛି ବୋଲି କହିଛନ୍ତି ଅଗ୍ନି-୧ ପ୍ରାଇମ୍ ମିଜାଇଲ୍‌ର ପ୍ରୋଜେକ୍ଟ ଡ଼ାଇରେକ୍ଟର ଏମ୍.ମନିକାଭାସ୍କମ। ଡିଆରଡ଼ିଓର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜର ୩୫ତମ ରେଜିଂ-ଡ଼େ ପାଳନ ଅବସରରେ ଏହା କହିଛନ୍ତି ଏମ୍.ମନିକାଭାସ୍କମ।</p>
<p>ଆଇଟିଆରର ନିର୍ଦ୍ଦେଶକ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ନିର୍ଦ୍ଦେଶକ ତଥା CEPTAMର ଅଧ୍ୟକ୍ଷ ଏସ୍‌ସି ନାରଙ୍ଗ, ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶକ ଗୀତାଞ୍ଜଳି ବଟ୍‌ମନାବାନ, ଆଇଟିଆରର ଆସୋସିଏଟ୍ ଡ଼ାଇରେର ଏମ୍.ଭି.ଭାସ୍କରାଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ।</p>