ଗୋଟିଏ ରାଜ୍ୟ ପାଇଁ MSP ବୃଦ୍ଧି କରିହେବ ନାହିଁ: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ

Ordigital Desk
  • Published: Saturday, 03 March 2018
  • , Updated: 03 March 2018, 09:57 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖାଦ୍ୟଶସ୍ୟର MSP ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଚାଷୀଙ୍କ ଆୟ ବଢ଼ାଇବାର ବିକଳ୍ପ ନୁହେଁ । ଆଜି ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ । କେବଳ MSP ବୃଦ୍ଧି ଦ୍ୱାରା ଚାଷୀର ଆୟ ବଢ଼ିପାରିବ ନାହିଁ । ବରଂ ବୈଜ୍ଞାନିକ ଉପାୟରେ ଚାଷ କଲେ ଖର୍ଚ୍ଚ ହ୍ରାସ ହେବା ସହ ସୁଫଳ ମିଳିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଗୋଟିଏ ରାଜ୍ୟ ପାଇଁ MSP ବୃଦ୍ଧି କରିହେବ ନାହିଁ । ଏମିତି କଲେ ଅରାଜକତା ବଢ଼ିବ, ବିଦ୍ୱେଷ ସୃଷ୍ଟି ହେବ ।</p> <p>ସେହିପରି ଗତବର୍ଷ ଓଡ଼ିଶାରେ ଦେଖାଦେଇଥିବା ଚକଡ଼ା ପୋକର ପ୍ରାଦୁର୍ଭାବ ଉପରେ ମଧ୍ୟ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ଚାଷୀଙ୍କୁ ଉଚିତ ପରାମର୍ଶ ମିଳୁ ନ ଥିବାରୁ ଚକଡ଼ା ପ୍ରାଦୁର୍ଭାବ ରୋକିବାକୁ ଦିଆଯାଉଥିବା ବିଷ ଅନୁଚିତ ବ୍ୟବହାର ହେଉଛି। ଏଥିପାଇଁ ପୋକ ପ୍ରାଦୁର୍ଭାବକୁ ବଢି ଯାଉଛି। ବିଶେଷଜ୍ଞଙ୍କ ଯାଞ୍ଚରୁ ଚାଷୀ ପକାଉଥିବା ଥାଇମେଟ୍ ବିଷ ଚକଡାଙ୍କୁ ଓଲଟି ବଢ଼ିବାକୁ ପୁଷ୍ଟି ଯୋଗାଉଥିବା ଜଣାପଡ଼ିଥିଲା ବୋଲି ସେ କହିଛନ୍ତି। ଓଟିଭି ଫୋରସାଇଟ୍ର ପ୍ରଥମ ସେସନରେ Mission 2022:The key implications of MSP, threats &amp;amp; opportunities ପ୍ରସଙ୍ଗରେ ହୋଇଥିବା ଆଲୋଚନାରେ ଚାଷୀ ଆତ୍ମହତ୍ୟା, ଏହାର କାରଣ ଓ ନିରାକରଣ ଉପରେ ମଧ୍ୟ ଆଲୋକପାତ କରିଥିଲେ ସେଖାୱତ।</p>

Related story