ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ଲୋକଙ୍କ ଜୀବନ ଯାତ୍ରା ନୁହେଁ। ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି ଫୋନି । ଏପଟେ ଘରଦ୍ୱାର ସମ୍ଭାଳିବେ ନା ସେପଟେ ବ୍ୟବସାୟ। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି ତ’ ଆଉ କାହାର ଛପର ଉଡ଼ିଯାଇଛି।
ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ବ୍ୟବସାୟୀମାନେ ନାଚାର । କେଉଁଠି ଦୋକାନ ଘର ଉପରେ ଗଛ ପଡ଼ିଛି, ତ’ ଆଉ କେଉଁଠି ବିଦ୍ୟୁତ୍ ତାର ଓ ଖୁଣ୍ଟ ଉପୁଡ଼ି ପଡ଼ିଛି।
ପୁଣି ଆଉ କାହାର ପୁରା ଦୋକାନ ଭୁଶୁଡ଼ି ପଡ଼ିଛି । ଅନେକ କ୍ୟାବିନ୍ ଅଣଚାଶ ପବନରେ ନିଶ୍ଚିହ୍ନ ହୋଇଯାଇଛି। ଫୋନି ଦାଉ ସାଧିବା ପରେ, ଅନେକ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପୁଣିଥରେ ଅଣ୍ଟା ସଳଖି ଛିଡ଼ା ହେବା କାଠିକର ପାଠ ହୋଇଯାଇଛି।