ଚାଷୀ ମୃତ୍ୟୁ ଦୁଃଖଦାୟକ: ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ଆତ୍ମହତ୍ୟା ଦୁଃଖଦାୟକ ବୋଲି କହିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, “ଏହି ଘଟଣାର ତଦନ୍ତ ପାଇଁ ଏକ ତିନିଜଣିଆ ବୈଷୟିକ ଟିମ୍ ବରଗଡ଼ ପଠାଯାଇଛି। ଘଟଣା ନେଇ ବରଗଡ଼ ଜିଲ୍ଲାପାଳଙ୍କ ସହ କଥା ହୋଇଛି। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।

କିଛି ଜାଗାରେ ପୋକ ଲାଗିଥିବା ମନ୍ତ୍ରୀ ସ୍ୱୀକାର କରିବା ସହ ଏହାର ଅନୁଧ୍ୟାନ ଚାଲିଛି। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଦାମ କହିଛନ୍ତି।

ଅନ୍ୟପକ୍ଷରେ କୀଟନାଶକର ମାନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଦାମ। ଏହାର ତଦନ୍ତ ହେବ। ଯଦି କୌଣସି ଅଫିସରଙ୍କ ତ୍ରୁଟି ବାହାରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Ordigital Desk
• Published: Wednesday, 01 November 2017
• Updated: 01 November 2017, 07:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ଆତ୍ମହତ୍ୟା ଦୁଃଖଦାୟକ ବୋଲି କହିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, “ଏହି ଘଟଣାର ତଦନ୍ତ ପାଇଁ ଏକ ତିନିଜଣିଆ ବୈଷୟିକ ଟିମ୍ ବରଗଡ଼ ପଠାଯାଇଛି। ଘଟଣା ନେଇ ବରଗଡ଼ ଜିଲ୍ଲାପାଳଙ୍କ ସହ କଥା ହୋଇଛି। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।

କିଛି ଜାଗାରେ ପୋକ ଲାଗିଥିବା ମନ୍ତ୍ରୀ ସ୍ୱୀକାର କରିବା ସହ ଏହାର ଅନୁଧ୍ୟାନ ଚାଲିଛି। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଦାମ କହିଛନ୍ତି।

ଅନ୍ୟପକ୍ଷରେ କୀଟନାଶକର ମାନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଦାମ। ଏହାର ତଦନ୍ତ ହେବ। ଯଦି କୌଣସି ଅଫିସରଙ୍କ ତ୍ରୁଟି ବାହାରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos