୧୯୪୦୮ କୋଟିର କୃଷି ବଜେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୯ହଜାର ୪୦୮ କୋଟି ଟଙ୍କାର କୃଷି ବଜେଟକୁ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଗତ କରିଛନ୍ତି । କୃଷକମାନଙ୍କର ମହତ ବୃତ୍ତିକୁ ସହଯୋଗ ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ରାଜ୍ୟରେ ଜଳସେଚନ, ଶ୍ୱେତ ବିପ୍ଲବ, ନୀଳ ବିପ୍ଲବ ପାଇଁ ମଧ୍ୟ ବଜେଟରେ ବ୍ୟୟବରାଦ ହୋଇଛି । ଏସବୁ ବ୍ୟତୀତ ଚାଷୀମାନଙ୍କଠୁ ଠିକ୍ ସମୟରେ ଧାନ ସଂଗ୍ରହ […]

No-agri-loan-to-farmers-who-do-not-have-Aadhar-card

Manoranjan Sial
  • Published: Tuesday, 18 February 2020
  • Updated: 18 February 2020, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୯ହଜାର ୪୦୮ କୋଟି ଟଙ୍କାର କୃଷି ବଜେଟକୁ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଗତ କରିଛନ୍ତି । କୃଷକମାନଙ୍କର ମହତ ବୃତ୍ତିକୁ ସହଯୋଗ ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ରାଜ୍ୟରେ ଜଳସେଚନ, ଶ୍ୱେତ ବିପ୍ଲବ, ନୀଳ ବିପ୍ଲବ ପାଇଁ ମଧ୍ୟ ବଜେଟରେ ବ୍ୟୟବରାଦ ହୋଇଛି । ଏସବୁ ବ୍ୟତୀତ ଚାଷୀମାନଙ୍କଠୁ ଠିକ୍ ସମୟରେ ଧାନ ସଂଗ୍ରହ ପାଇଁ ବଜେଟ ବର୍ହିର୍ଭୁତ ସମ୍ବଳରୁ ପ୍ରାୟ ୧୨ହଜାର କୋଟି ଟଙ୍କା ବ୍ୟୟ କରାଯିବ । ଏହାସହିତ ସମୃଦ୍ଧି କୃଷନୀତି-୨୦୨୦ ଘୋଷଣା କରି ଚାଷୀଙ୍କ ନିରବଚ୍ଛିନ୍ନ ଅଭିବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ନୀଳ ବିପ୍ଲବ ମାଧ୍ୟମରେ ରାଜ୍ୟରେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ୧୦୧୬କୋଟି ଟଙ୍କା, ଶ୍ୱେତ ବିପ୍ଲବ ମାଧ୍ୟମରେ ଗୋପାଳନ ନିମନ୍ତେ ୧ଶହ କୋଟି ଟଙ୍କା, ରାଜ୍ୟର ସମସ୍ତ ବ୍ଲକକୁ ମାସକୁ ୨୦ଦିନ ପଶୁ ଚିକିତ୍ସା ସେବା ପ୍ରଦାନ ନିମନ୍ତେ ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ୍ ବାବଦରେ ୧୮କୋଟି ଟଙ୍କା, ପଶୁଧନ ସ୍ୱାସ୍ଥ୍ୟସେବା ଉନ୍ନୟନ ପାଇଁ ୬୦କୋଟି ଟଙ୍କା ବ୍ୟୟବରାଦ କରାଯିବ ।

ସେହିପରି ରାଜ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଅତିରିକ୍ତ ୧.୮୪ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ଆସନ୍ତା ୫ବର୍ଷ ମଧ୍ୟରେ ମୋଟ ୧୨ହଜାର କୋଟି ଟଙ୍କା ନିବେଶ କରି ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କରାଯିବ । ଏହା ଜଳସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ଏକ ସଂସ୍କାରମୂଳକ ପଦକ୍ଷେପ । ୨୦୨୦-୨୧ ଆର୍ଥିକ ବର୍ଷରେ ଏବାବଦରେ ୧୦୯୨କୋଟି ଟଙ୍କା ବ୍ୟୟବରାଦ ହେବ । ସେହିପରି ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦କୋଟି, ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫୪୦କୋଟି ଟଙ୍କା, ବିଜୁ କୃଷକ ବିକାଶ ଯୋଜନାରେ ୧୨୫୦ଟି ଗୋଷ୍ଠୀ ଉଠାଜଳସେଚନ ସ୍ଥାପନ ନିମନ୍ତେ ୩୬୦କୋଟି ଟଙ୍କା, ଜଳନିଧି ଯୋଜନାରେ ୧୮୦କୋଟି ଟଙ୍କା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୬୩୫କୋଟି ଟଙ୍କା, କାଳିଆ ଯୋଜନା ପାଇଁ ୩୧୯୫କୋଟି ଟଙ୍କା, ଓୟୁଏଟିକୁ ଏକ ଉତ୍କର୍ଷ କେନ୍ଦ୍ର କରିବା ପାଇଁ ୧୫୦କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଓଡ଼ିଶାରେ କୃଷିଭିତ୍ତକ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ଥିବାବେଳେ ଜାତୀୟସ୍ତରରେ ଏହି ହାର ୩ .୧ ପ୍ରତିଶତ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story