କଟକ: ଆସନ୍ତା ଅଗଷ୍ଟ ୮ ତାରିଖରେ କଟକ ଗସ୍ତରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ମୁଖାର୍ଜୀ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସ ଓ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଏନେଇ ଜୁଡିସିଆଲ ଏକାଡେମୀର ସୁରକ୍ଷା ସ୍ଥିତି ତଦାରଖ କରିଛନ୍ତି ପୋଲିସ କମିଶନର ଆରପି ଶର୍ମା ଓ ଇଣ୍ଟିଲିଜେନସ୍ ମୁଖ୍ୟ ସୁନିଲ ରାୟ। ସଭାସ୍ଥଳି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଆସିବାର ରୁଟ୍ ଯାଏଁ ସୁରକ୍ଷାର ତଦାରଖ କରିଥିଲେ।
ରାଷ୍ଟ୍ରପତି ପୁରୀରୁ ସିଧା ନରାଜ ସ୍ଥିତ ହେଲିପ୍ୟାଡରେ ସଭାସ୍ଥଳକୁ ପହଞ୍ଚିବେ। ସେହି ସମୟରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟସ୍ଥା କରାଯିବା ସହ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ କମିଶନର ଆରପି ଶର୍ମା କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଣୋଇ ଓ ସ୍ୱାମୀଙ୍କ ପରେ ଜେଲ୍ ଗଲେ ସ୍କୁଟି ଦିଦି
ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ ରୁକ୍ସାନାଙ୍କ ଭିଣୋଇ ଏସ୍.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ଟିମ୍। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍ ତାଙ୍କଠାରୁ ଜବତ କରିଥିଲା।
Miscellaneous
କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍ ସଂଖ୍ୟା
୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ବନ୍ଦ ରହିଥିବା ମିଶନ ଶକ୍ତି କାଫେକୁ ମଧ୍ୟ ଏସଏଚଜି ମହିଳାଙ୍କୁ ହସ୍ତାନ୍ତର କରି ଚାଲୁ କରାଯିବ। ରୋଗୀ କଲ୍ୟାଣ ସମିତି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
Weather
ଆସୁଛି ଆଉ ଏକ ଲଘୁଚାପ!
କୁହୁଡି ନେତା ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।
Miscellaneous
ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର
ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।