ଭୁବନେଶ୍ୱର: ଆହୁରି ୨୪ଘଣ୍ଟା ଜଳିବ ରାଜ୍ୟ । ଏପରି ସତର୍କ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ । ସିଭିୟର ହିଟ ୱେଭ କଣ୍ଡିସନ ଯୋଗୁ ରାଜ୍ୟରେ ଗୁରୁଗୁଳି ସହ ଅସହ୍ୟ ଗରମ ଜାରି ରହିବ । ରାଜ୍ୟର ୯ଟି ସହରରେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଗୁରୁବାରଠାରୁ ତାତି କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାରେ ୧୨ ତାରିଖରୁ ତାପମାତ୍ରା କମିବ। ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ୧୨ ତାରିଖରୁ ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ବହିବ, ଯାହା ବର୍ଷା ପାଇଁ ଅନୁକୂଳ ବୋଲି କହିଛି ପାଣିପାଗ ବିଭାଗ। ୧୩ରୁ ୧୫ ମଧ୍ୟରେ ଣୌସୁମୀ ଓଡ଼ିଶା ଛୁଇଁବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ।