ଆଇନଜୀବୀଙ୍କ ଆନ୍ଦୋଳନ: କୋର୍ଟ କାର୍ଯ୍ୟ ଠପ୍‌

ଭୁବନେଶ୍ୱର: ଆଡଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଜି ଆଇନଜୀବୀମାନେ ରାଜ୍ୟବାପୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ବାର କାଉନସିଲ ଅଫ୍‌ ଇଣ୍ଡିଆର ସଂଶୋଧନ ପ୍ରସ୍ତାବକୁ ଷ୍ଟେଟ୍‌ ବାର୍‌ କାଉନସିଲ ନିନ୍ଦା କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲା। ଫଳରେ ନିମ୍ନ ଅଦାଲତରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ସବୁଠି କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଥିଲା। ଷ୍ଟେଟ୍‌ ବାର୍‌ କାଉନସିଲ ପକ୍ଷରୁ ଅଭିଯୋଗ କରାଯାଇଛି, ବିସିଆଇ ଅଧ୍ୟକ୍ଷ ମନ୍ନନ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଦେଶର ୧୭ଟି ଷ୍ଟେଟ୍‌ […]

court

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 10:15 PM IST

ଭୁବନେଶ୍ୱର: ଆଡଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଜି ଆଇନଜୀବୀମାନେ ରାଜ୍ୟବାପୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ବାର କାଉନସିଲ ଅଫ୍‌ ଇଣ୍ଡିଆର ସଂଶୋଧନ ପ୍ରସ୍ତାବକୁ ଷ୍ଟେଟ୍‌ ବାର୍‌ କାଉନସିଲ ନିନ୍ଦା କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲା। ଫଳରେ ନିମ୍ନ ଅଦାଲତରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ସବୁଠି କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଥିଲା।

ଷ୍ଟେଟ୍‌ ବାର୍‌ କାଉନସିଲ ପକ୍ଷରୁ ଅଭିଯୋଗ କରାଯାଇଛି, ବିସିଆଇ ଅଧ୍ୟକ୍ଷ ମନ୍ନନ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଦେଶର ୧୭ଟି ଷ୍ଟେଟ୍‌ ବାର କାଉନସିଲର କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଏପରି ସ୍ଥଳରେ ବିସିଆଇର ସଦସ୍ୟଙ୍କ ସହ ଆଲୋଚନା ନ କରି ମନ୍ନନ ମିଶ୍ର ଆଡଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବ ଦେଇଥିଲେ। ଏହାକୁ ବିରୋଧ କରି ବିସିଆଇର ସହ ଅଧ୍ୟକ୍ଷ ଥିବା ବି.ସି. ଧଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ ନ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଷ୍ଟେଟ୍‌ ବାର କାଉନସିଲ ଅନୁରୋଧ କରିଛି।

Related story