ଘନେଇଲା ଏୟାର ଓଡ଼ିଶା ଅର୍ଥ ହେରଫେର ବିବାଦ: ଅଭିଯୋଗକାରୀଙ୍କ ବିରୋଧରେ ଏତଲା ଦେଲା କମ୍ପାନୀ

ଭୁବନେଶ୍ୱର: ଏୟାର ଓଡ଼ିଶା କମ୍ପାନୀରେ ଅର୍ଥ ହେରଫେର ବିବାଦ ଘନେଇବାରେ ଲାଗିଛି। କମ୍ପାନୀ ପକ୍ଷରୁ ଏପରି ଅଭିଯୋଗ ଭିତ୍ତିହୀନ ବୋଲି ସଫେଇ ଦିଆଯିବା ସହ ଦୁଇ ଅଭିଯୋଗକାରୀ ମିତେଶ ଖିମିଜୀ ଏବଂ ତ୍ରିଦିବ ରାଉତଙ୍କ ନାଁରେ ପାଲଟା ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ମିତେଶଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ସମସ୍ତ ପକ୍ଷ ଖଣ୍ଡଗିରି ଥାନାରେ ହାଜର ହୋଇ ବୟାନ ଦେଇଛନ୍ତି। ଏୟାର ଓଡ଼ିଶା କମ୍ପାନୀର ଟଙ୍କା ହେରଫେର ହୋଇଥିବା କମ୍ପାନୀର ଅନ୍ୟତମ ସେୟାର ହୋଲଡର ମିତେଶ ଖିମିଜୀ […]

air-odisha

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 02:25 PM IST

ଭୁବନେଶ୍ୱର: ଏୟାର ଓଡ଼ିଶା କମ୍ପାନୀରେ ଅର୍ଥ ହେରଫେର ବିବାଦ ଘନେଇବାରେ ଲାଗିଛି। କମ୍ପାନୀ ପକ୍ଷରୁ ଏପରି ଅଭିଯୋଗ ଭିତ୍ତିହୀନ ବୋଲି ସଫେଇ ଦିଆଯିବା ସହ ଦୁଇ ଅଭିଯୋଗକାରୀ ମିତେଶ ଖିମିଜୀ ଏବଂ ତ୍ରିଦିବ ରାଉତଙ୍କ ନାଁରେ ପାଲଟା ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ମିତେଶଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ସମସ୍ତ ପକ୍ଷ ଖଣ୍ଡଗିରି ଥାନାରେ ହାଜର ହୋଇ ବୟାନ ଦେଇଛନ୍ତି। ଏୟାର ଓଡ଼ିଶା କମ୍ପାନୀର ଟଙ୍କା ହେରଫେର ହୋଇଥିବା କମ୍ପାନୀର ଅନ୍ୟତମ ସେୟାର ହୋଲଡର ମିତେଶ ଖିମିଜୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମ୍ପାନୀ ମୁଖ୍ୟ ସନ୍ତୋଷ ପାଣିଙ୍କ ବିରୋଧରେ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା।

ମିତେଶ କମ୍ପାନୀ ବିରୋଧରେ ଦେଢ କୋଟି ଟଙ୍କାର ଠକେଇ ଅଭିଯୋଗ କରିଥିଲେ। ମିତେଶ କମ୍ପାନୀର ସିଏମ୍‌ଡି ରାଧାକାନ୍ତ ପାଣି, ନିର୍ଦ୍ଦେଶକ ଆଶୁତୋଷ ପାଣି ଏବଂ ନିର୍ଦ୍ଦେଶକ ଅପରେସନ ସନ୍ତୋଷ କୁମାର ପାଣିଙ୍କ (ରାଧାକାନ୍ତଙ୍କ ପୁଅ) ବିରୋଧରେ ଏହି ଠକେଇ ଅଭିଯୋଗ ଆଣିଥିଲେ। ଚୁକ୍ତି ଅନୁଯାୟୀ ତାଙ୍କୁ ୪୦ ପ୍ରତିଶତ ସେୟାର ଦିଆଯିବା କଥା। ଏଥିପାଇଁ ସେ ଦେଢ କୋଟି ଟଙ୍କା ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ସେୟାର ଦିଆଯାଇନାହିଁ। ଏହାସହ କମ୍ପାନୀ ଅନ୍ୟ ସର୍ତ୍ତାବଳୀ ମଧ୍ୟ ଖିଲାପ କରିଥିବା ମିତେଶ ଅଭିଯୋଗ କରିଥିଲେ। ସେହିପରି କମ୍ପାନୀର ପୂର୍ବତନ ସେୟାର ହୋଲଡର ତ୍ରିଦିବ ରାଉତ୍‌ ମଧ୍ୟ ଠକାମୀର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।

ମିତେଶ କହିଛନ୍ତି, “ଥାନା ଅଧିକାରୀ ବୟାନ ରେକର୍ଡ କରିଛନ୍ତି। ନ୍ୟାୟାଳୟ ଉପରେ ଆମର ପୂରା ଭରଷା ଅଛି। କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଆଇଆଇସି କହିଛନ୍ତି।”

ଅଭିଯୋଗକାରୀ ତ୍ରିଦିବ ରାଉତ କହିଛନ୍ତି, “ମିତେଶଙ୍କୁ ୪୦ ପ୍ରତିଶତ, ମୋତେ ୧୦ ପ୍ରତିଶତ ଓ ଅନ୍ୟ ଜଣଙ୍କୁ ୧୦ ପ୍ରତିଶତ ସେୟାର ଦେବାକୁ ଥିଲା। କିନ୍ତୁ କାହାରିକୁ ସେୟାର ଦିଆଯାଇନାହିଁ। ବହୁତ ଭଲ କାମ ହୋଇଥାନ୍ତା, ହେଲେ ସେମାନେ ଏପରି ଚାହୁଁ ନାହାନ୍ତି।”

ଅନ୍ୟପକ୍ଷରେ ଏୟାର ଓଡ଼ିଶା କମ୍ପାନୀ ପକ୍ଷରୁ ଦୁଇ ଅଭିଯୋଗକାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଏୟାର ଓଡ଼ିଶା ସିଏମ୍‌ଡି ରାଧାକାନ୍ତ ପାଣି ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାସହ ସେ ମିତେଶ ଏବଂ ତ୍ରିଦିବଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ସେମାନେ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଆମେ ସେୟାର ନ ଦେଇଥିଲେ ସେମାନେ ଠକାମୀ ଅଭିଯୋଗ ଆଣିଥାନ୍ତେ। ଅପେକ୍ଷା ନ କରି ସେମାନେ ଏପରି ସମସ୍ୟା ସୃଷ୍ଟି କରିଛନ୍ତି।”

Related story