ସୋମବାରଠୁ ଏୟାର ଓଡ଼ିଶାର ବିମାନ ଉଡ଼ାଣ ବନ୍ଦ

ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ଏୟାର ଓଡ଼ିଶା ଏହାର ସମସ୍ତ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସରକାରଙ୍କ ସହ ଚୁକ୍ତି ଅନୁସାରେ ଇନ୍ଧନ, ଟ୍ୟାକ୍‌ସ ଓ ଅନ୍ୟ କେତେକ କ୍ଷେତ୍ରରେ ସବ୍‌ସିଡ଼ି ନ ମିଳିବାରୁ ଏହି ପଦକ୍ଷେପ ନିଆଯାଇଥିବା ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏୟାର ଓଡ଼ିଶାର ଏୟାରପୋର୍ଟ ମ୍ୟାନେଜର ଯୋଶେଫ୍‌ ନାୟକ କହିଛନ୍ତି, “ସରକାରଙ୍କ ପକ୍ଷରୁ ଏୟାର ଟ୍ରାଫିକ୍‌ ନେଇ ସବ୍‌ସିଡ଼ି ମିଳି ପାରି ନ ଥିବାରୁ ବିମାନ ଚଳାଚଳକୁ ବାତିଲ୍ କରାଯାଇଛି। ଆଜି […]

air-odisha

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 03:11 PM IST

ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ଏୟାର ଓଡ଼ିଶା ଏହାର ସମସ୍ତ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସରକାରଙ୍କ ସହ ଚୁକ୍ତି ଅନୁସାରେ ଇନ୍ଧନ, ଟ୍ୟାକ୍‌ସ ଓ ଅନ୍ୟ କେତେକ କ୍ଷେତ୍ରରେ ସବ୍‌ସିଡ଼ି ନ ମିଳିବାରୁ ଏହି ପଦକ୍ଷେପ ନିଆଯାଇଥିବା ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏୟାର ଓଡ଼ିଶାର ଏୟାରପୋର୍ଟ ମ୍ୟାନେଜର ଯୋଶେଫ୍‌ ନାୟକ କହିଛନ୍ତି, “ସରକାରଙ୍କ ପକ୍ଷରୁ ଏୟାର ଟ୍ରାଫିକ୍‌ ନେଇ ସବ୍‌ସିଡ଼ି ମିଳି ପାରି ନ ଥିବାରୁ ବିମାନ ଚଳାଚଳକୁ ବାତିଲ୍ କରାଯାଇଛି। ଆଜି ସକାଳୁ ଭୁବନେଶ୍ୱର-ସମ୍ବଲପୁର ଓ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିଛି। ଆଗାମୀ ଦିନ ମାନଙ୍କରେ ମଧ୍ୟ ଏହା ବଳବତ୍ତର ରହିବ। ଏହି ନିଷ୍ପତ୍ତି ମୁଖ୍ୟାଳୟରୁ ହୋଇଛି। ଭୁବନେଶ୍ୱର-ସମ୍ବଲପୁର, ଭୁବନେଶ୍ୱର-ରାଉରକେଲା ଓ ଭୁବନେଶ୍ୱର- ଜୟପୁର ବିମାନ ସେବା ବନ୍ଦ ହେବ। ସୋମବାରଠାରୁ ଏୟାର ଓଡ଼ିଶାର ବିମାନ ଉଡାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।”

 ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story