ବିଦେଶରୁ ଥାଇ ଓଡ଼ିଆ ପ୍ରେମରେ ଅଜକିଆ ଆରିଫ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଖୁବ୍ କମ୍ ଦିନ ଓଡ଼ିଆ ପଢ଼ିଛନ୍ତି। ତା’ପରେ ବିଦେଶ ପଳାଇଛନ୍ତି । ହେଲେ ତୁଟିନି ଓଡ଼ିଆ ଭାଷା ପ୍ରତି ମୋହ । ବିଦେଶରୁ ଥାଇ ଓଡ଼ିଆ ଅକ୍ଷରକୁ ଭିନ୍ନ ଭିନ୍ନ ଆକୃତି ଦେବା ସହ ପ୍ରଚାର ପ୍ରସାର ପାଇଁ ଡିଜିଟାଲ ୱାଲର୍ଡରେ ଚଳାଇଛନ୍ତି କ୍ୟାମ୍ପେନ୍।  ସେ ହେଲେ ଗ୍ରାଫିକ୍ ଡିଜାଇନର ଅଜକିଆ ଆରିଫ୍ । କାନାଡ଼ା ଟରଣ୍ଟୋରେ ରହୁଥିବା ଗ୍ରାଫିକ୍ ଡିଜାଇନର ଅଜକିଆ ଆରିଫଙ୍କ ଜନ୍ମ ଭୁବନେଶ୍ୱରରେ।  ସ୍କୁଲ ଶିକ୍ଷା ବେଳେ ମାତ୍ର ଚତୁର୍ଥ ଶ୍ରେଣୀ […]

gbn1

Tapas Behera
  • Published: Tuesday, 20 April 2021
  • , Updated: 20 April 2021, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଖୁବ୍ କମ୍ ଦିନ ଓଡ଼ିଆ ପଢ଼ିଛନ୍ତି। ତା’ପରେ ବିଦେଶ ପଳାଇଛନ୍ତି । ହେଲେ ତୁଟିନି ଓଡ଼ିଆ ଭାଷା ପ୍ରତି ମୋହ । ବିଦେଶରୁ ଥାଇ ଓଡ଼ିଆ ଅକ୍ଷରକୁ ଭିନ୍ନ ଭିନ୍ନ ଆକୃତି ଦେବା ସହ ପ୍ରଚାର ପ୍ରସାର ପାଇଁ ଡିଜିଟାଲ ୱାଲର୍ଡରେ ଚଳାଇଛନ୍ତି କ୍ୟାମ୍ପେନ୍।  ସେ ହେଲେ ଗ୍ରାଫିକ୍ ଡିଜାଇନର ଅଜକିଆ ଆରିଫ୍ ।

କାନାଡ଼ା ଟରଣ୍ଟୋରେ ରହୁଥିବା ଗ୍ରାଫିକ୍ ଡିଜାଇନର ଅଜକିଆ ଆରିଫଙ୍କ ଜନ୍ମ ଭୁବନେଶ୍ୱରରେ।  ସ୍କୁଲ ଶିକ୍ଷା ବେଳେ ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ଓଡ଼ିଆ ପଢ଼ିଥିଲେ । ତା’ପରେ ଓଡ଼ିଆ ଭାଷା କି ଅକ୍ଷର ସହ ଆଉ ରହନଥିଲା ସମ୍ପର୍କ । ହେଲେ ଗତ ଉତ୍କଳ ଦିବସରୁ ସୋଶାଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ସେ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର 63 ଡେଜ୍ ଅଫ୍ ଓଡ଼ିଆ ଟାଇପ୍ କ୍ୟାମ୍ପେନ୍ । ଯାହାକି ତାଙ୍କୁ ବେଶ୍ ଚର୍ଚ୍ଚାକୁ ଆଣିଛି । ଇନଷ୍ଟାଗ୍ରାମ୍ କ୍ୟାମ୍ପେନରେ ସେ ଓଡ଼ିଆ ଅକ୍ଷରକୁ ସଂସ୍କୃତି ଓ ପରମ୍ପରାର ଛାପ ଦେଇ ଭିନ୍ନ ଭିନ୍ନ ରୂପରେ ସଜାଇବାକୁ ଡିଜାଇନର ଓ ଗ୍ରାଫିକ୍ ଆର୍ଟିଷ୍ଟଙ୍କୁ ଦେଇଛନ୍ତି ଆହ୍ୱାନ। ଅଜକିଆ କହିଛନ୍ତି, ବାହାରେ ବହୁ ଲୋକ ଓଡ଼ିଆ ଏକ ଭାଷା ବୋଲି ବି ଜାଣନ୍ତିନି । କେବଳ ପଖାଳ ଓ ପୁରୀ ପାଇଁ ଓଡ଼ିଶାକୁ ଚିହ୍ନନ୍ତି । ହେଲେ ଓଡ଼ିଶାର ସୁନ୍ଦର ଭାଷା ଓ ଏହାର ସୁନ୍ଦର ଅକ୍ଷର ସବୁକୁ କିନ୍ତୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ତାଙ୍କର ଜବରଦସ୍ତ ପ୍ରୟାସ ଜାରି ରହିଛି।

୫୩ଟି ଓଡ଼ିଆ ଅକ୍ଷର ଓ ୧୦ଟି ସଂଖ୍ୟାକୁ ମିଶାଇ ଆରମ୍ଭ ହୋଇଛି ୬୩ ଦିନର ଓଡ଼ିଇା ଅକ୍ଷର କ୍ୟାମ୍ପେନ୍ । ପ୍ରତିଦିନ ଗୋଟିଏ ଗୋଟିଏ ଅକ୍ଷରକୁ ନିଜ ଢଙ୍ଗରେ ସଜାଇବାକୁ କ୍ୟାମ୍ପେନରେ ଦିଆଯାଇଛି ଆହ୍ୱାନ। ଅଭିଯାନରେ ସାମିଲ ହୋଇଛନ୍ତି ଓଡ଼ିଶା ସମେତ ବେଙ୍ଗଲୁରୁ, ଅହମ୍ମଦାବାଦ, ପୁଣେ, ସିଙ୍ଗାପୁର ଓ ଟରଣ୍ଟୋ ଭଳି ସ୍ଥାନର ଆର୍ଟିଷ୍ଟ।  ଦୈନିକ ନିଜ ସୃଜନଶୀଳ ଓଡ଼ିଆ ଅକ୍ଷର କଳାକୃତିକୁ ଏହି ପେଜରେ ଅପଲୋଡ୍ କରୁଛନ୍ତି୨୦ରୁ ଅଧିକ ଆର୍ଟିଷ୍ଟ।  ଏଡି କ୍ୟାମ୍ପେନ୍ ଭିନ୍ନ ଭିନ୍ନ ପ୍ରକାର ଓଡ଼ଆ ଫଣ୍ଟ ସୃଷ୍ଟି କରିବା ସହ ଯୁବଗୋଷ୍ଠୀଙ୍କୁ ଓଡ଼ିଆ  ପ୍ରତି ଆକୃଷ୍ଟ କରିବାରେ ବି ସହାୟକ ହେବ ବୋଲି ସମସ୍ତଙ୍କ ଆଶା।

Related story