ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା ଦାବିରେ ଆଜି କନ୍ଧମାଳ ବନ୍ଦ

ଜି.ଉଦୟଗିରି: ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ନିଶା ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଯାଇଛି। ଏନେଇ ସମାଜର ଏକ ପ୍ରତିନିଧି ଦଳ ବନ୍ଦ ପାଳନ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମାଜ ପକ୍ଷରୁ ୫ ଦଫା ଦାବି ସମେତ ଜିଲ୍ଲାକୁ ନିଶା ମୁକ୍ତ କରିବା ପାଇଁ  ବହୁଦିନ ଧରି […]

kandhmal

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 04:21 PM IST

ଜି.ଉଦୟଗିରି: ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ନିଶା ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଯାଇଛି। ଏନେଇ ସମାଜର ଏକ ପ୍ରତିନିଧି ଦଳ ବନ୍ଦ ପାଳନ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମାଜ ପକ୍ଷରୁ ୫ ଦଫା ଦାବି ସମେତ ଜିଲ୍ଲାକୁ ନିଶା ମୁକ୍ତ କରିବା ପାଇଁ  ବହୁଦିନ ଧରି ଆନ୍ଦୋଳନ କରାଯାଉଥିଲେ ମଧ୍ୟ କେହି ଶୁଣୁ ନ ଥିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଥିବା କନ୍ଧମାଳ  ଜିଲ୍ଲା ବିକାଶ ପରିଷଦର ଆବାହକ କହିଛନ୍ତି।

Related story