ଆଜି ପୋଲିସ୍ ସହିଦ ଦିବସ, ବିଭିନ୍ନ ସ୍ଥାନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

କଟକ/ଭୁବନେଶ୍ୱର: ଆଜି ପୋଲିସ୍ ସହିଦ ଦିବସ। ଏହି ଅବସରରେ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଉତ୍ସବରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପୋଲିସ ଡିଜି ସଞ୍ଜୀବ ମାରିକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ସହିଦ ସ୍ତମ୍ୱରେ ପୁଷ୍ପ ଗୁଚ୍ଛ ଦେଇ ଅମର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଚଳିତବର୍ଷ ସମଗ୍ର ଦେଶରେ ମୋଟରେ ୩୫୪ ଜଣ ଯବାନ ସହିଦ ହୋଇଥିବା ବେଳେ ଓଡିଶାର ଦୁଇ ଜଣ ଅଛନ୍ତି। ସେମାନେ ହେଲେ […]

police

Rakesh Mallick
  • Published: Wednesday, 21 October 2015
  • , Updated: 21 October 2015, 06:11 AM IST

କଟକ/ଭୁବନେଶ୍ୱର: ଆଜି ପୋଲିସ୍ ସହିଦ ଦିବସ। ଏହି ଅବସରରେ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଉତ୍ସବରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପୋଲିସ ଡିଜି ସଞ୍ଜୀବ ମାରିକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ସହିଦ ସ୍ତମ୍ୱରେ ପୁଷ୍ପ ଗୁଚ୍ଛ ଦେଇ ଅମର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଚଳିତବର୍ଷ ସମଗ୍ର ଦେଶରେ ମୋଟରେ ୩୫୪ ଜଣ ଯବାନ ସହିଦ ହୋଇଥିବା ବେଳେ ଓଡିଶାର ଦୁଇ ଜଣ ଅଛନ୍ତି। ସେମାନେ ହେଲେ ଏସଆଇ କମଳାକାନ୍ତ ନାୟକ ଓ ଗ୍ରାମରକ୍ଷୀ ଜଗା ଖିଲ। ସହିଦଙ୍କ ପରିବାର ସହ ଓଡିଶା ପୋଲିସ ସବୁ ବେଳେ ରହିଛି ବୋଲି କହିଛନ୍ତି ଡିଜିପି। ୧୯୫୯ ମସିହାରେ ଚୀନ୍ ସୈନ୍ୟଙ୍କ ଆକ୍ରମଣରେ ଲଦାଖ ଅଞ୍ଚଳରେ କର୍ତ୍ତବ୍ୟରତ ୧୧ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ସେମାନଙ୍କ ସ୍ମୁତିରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ସମଗ୍ର ଦେଶରେ ପୋଲିସ ସହିଦ ଦିବସ ଭାବେ ପାଳନ କରାଯାଉଛି।

କମିଶନରେଟ୍ ପୋଲିସ୍ ପକ୍ଷରୁ ଭୁବନେଶ୍ୱରରେ ପାଳିତ ହୋଇଛି ସହିଦ ଦିବସ। ପୋଲିସ୍ କମିଶନର ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଅମର ଯବାନ ସ୍ମୃତି ସ୍ଥଳରେ ପୁଷ୍ପଗୁଚ୍ଛ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପରେ ଡିସିପି ସତ୍ୟବ୍ରତ ଭୋଇ, ଡିସିପି ହେଡକ୍ୱାର୍ଟର୍ସ ଅମ୍ରିତା ଦାସଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

 ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ବେଢ଼ାଗୁଡ଼ାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୫୬ତମ ସହିଦ ଦିବସ ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଦେବଗଡ଼ ଜିଲ୍ଲା ପୋଲିସ୍ ପଡ଼ିଆରେ ପାଳିତ ହୋଇଯାଇଛି ୫୬ତମ ପୋଲିସ୍ ସହିଦ ଦିବସ। ଏହି ଅବସରରେ ଦେବଗଡ଼ ଏସପି ସାରା ଶର୍ମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Related story