ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ମହାନଦୀ ପ୍ରସଙ୍ଗରେ ଲଢିବା ନେଇ ଦଳ ପ୍ରସ୍ତୁତ କରିଥିବା ରଣନୀତିକୁ ଆଜିର ବୈଠକରେ  ଚୂଡ଼ାନ୍ତ କରାଯିବାର ସମ୍ଭାବନା ରହିଛି। ମହାନଦୀ ପ୍ରବାହିତ ହେଉଥିବା ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ କଂଗ୍ରେସ ସମାବେଶ କରିବ। ସେପ୍ଟେମ୍ବର ମାସରେ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ କରିଯିବାର କାର୍ଯ୍ୟକ୍ରମ ରହିଛି। ଆଜିର କାର୍ଯ୍ୟକାରିଣୀରେ ଏନେଇ ତାରିଖ ଘୋଷଣା ହୋଇପାରେ। ଗତକାଲି ବସିଥିବା ଜିଲ୍ଲା ସଭାପତି ଓ ପଦାଧିକାରୀ ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ […]

Congress-Bhawan-5

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 01:55 PM IST

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ମହାନଦୀ ପ୍ରସଙ୍ଗରେ ଲଢିବା ନେଇ ଦଳ ପ୍ରସ୍ତୁତ କରିଥିବା ରଣନୀତିକୁ ଆଜିର ବୈଠକରେ  ଚୂଡ଼ାନ୍ତ କରାଯିବାର ସମ୍ଭାବନା ରହିଛି। ମହାନଦୀ ପ୍ରବାହିତ ହେଉଥିବା ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ କଂଗ୍ରେସ ସମାବେଶ କରିବ। ସେପ୍ଟେମ୍ବର ମାସରେ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ କରିଯିବାର କାର୍ଯ୍ୟକ୍ରମ ରହିଛି। ଆଜିର କାର୍ଯ୍ୟକାରିଣୀରେ ଏନେଇ ତାରିଖ ଘୋଷଣା ହୋଇପାରେ।

ଗତକାଲି ବସିଥିବା ଜିଲ୍ଲା ସଭାପତି ଓ ପଦାଧିକାରୀ ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିଲା। ଦଳର ଜଣେ ବରିଷ୍ଠ ନେତାଙ୍କୁ ପଞ୍ଚାୟତ ନିର୍ବାଚନର ଦାୟିତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

Related story