ଆଜି ସାରଥିଙ୍କ ଜାମିନର ଶୁଣାଣି ହେବ

କଟକ: ଆଜି ସାରଥିଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । କଟକ ଜିଲ୍ଲା ସେସନ୍ସ କୋର୍ଟରେ ଏହି ଶୁଣାଣି ହେବ। ସେହିପରି ତାଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ପାଇଁ ସାରଥିଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯିବ। ସେପଟେ ସାରିଥଙ୍କୁ ହୋଟେଲ ରହଣି ନେଇ ତଦନ୍ତ ଲାଗି ହାଇଦ୍ରାବାଦ୍ ଯାଇଥିବା କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଆଜି ଓଡ଼ିଶା ଫେରୁଛି। ଟିମ୍ ଗୋଲକୁଣ୍ଡା ହୋଟେଲର ସିସିଟିଭି ଫୁଟେଜ୍ ଆଣିଥିବା ଜଣାପଡିଛି।