ଆଜି ଉଦ୍‌ଯାପିତ ହେବ ରାଜ୍ୟସ୍ତରୀୟ କୃଷି ମହୋତ୍ସବ

ଭୁବନେଶ୍ୱର: ରାଜ୍ୟର କୃଷକଙ୍କୁ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ବ୍ୟବହାର ଏବଂ ରାଜ୍ୟ ସରକାରଙ୍କ କୃଷିନୀତି ଓ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପରେ ଅବଗତ କରାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଆଜି  ଉଦ୍‌ଯାପିତ ହେବ। ରବିବାର କୃଷି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ କହିଥିଲେ,“ ପ୍ରତି ବର୍ଷ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୨ ଲକ୍ଷ ହେକ୍ଟର ଚାଷ […]

krusi

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 04:42 AM IST

ଭୁବନେଶ୍ୱର: ରାଜ୍ୟର କୃଷକଙ୍କୁ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ବ୍ୟବହାର ଏବଂ ରାଜ୍ୟ ସରକାରଙ୍କ କୃଷିନୀତି ଓ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପରେ ଅବଗତ କରାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଆଜି  ଉଦ୍‌ଯାପିତ ହେବ। ରବିବାର କୃଷି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ କହିଥିଲେ,“ ପ୍ରତି ବର୍ଷ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୨ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବ। ଏହା ସହିତ କୃଷି ଓ କୃଷକର ବିକାଶ ପାଇଁ ଏକ ପ୍ରଗତିଶୀଳ କୃଷିନୀତି ପ୍ରଣୟନ କରାଯିବା ସହ ସାର ସମସ୍ୟା ଦୂର  କରିବା ପାଇଁ ୧୦୦କୋଟି ଟଙ୍କାର କର୍ପସ୍‌ ଫଣ୍ଡ୍‌ ଗଠନ କରାଯାଇଛି। କୃଷି, ଉଦ୍ୟାନ କୃଷି, ମାଛ ଚାଷ  ଓ ବିଭିନ୍ନ ପ୍ରାଣୀ ସଂପଦର ବିକାଶ ପାଇଁ ଜଳବାୟୁ  ପରିବର୍ତ୍ତନକୁ ଆଖି ଆଗରେ ରଖି ସରକାର ବଭିନ୍ନ ଯୋଜନା କରୁଛନ୍ତି ।”

ଏହା ସହିତ ‘ଡେମୋଗ୍ରାଫି ପ୍ରୋଫାଇଲ୍ ଅଫ୍ ଓଡ଼ିଶା’ ନାମକ ଏକ ପୁସ୍ତକକୁ ଉନ୍ମୋଚନ କରିବା ସହିତ କୃଷି,ଉଦ୍ୟାନ, ମାଛ ଚାଷ ଓ ପଶୁ ପାଳନ କ୍ଷେତ୍ରରେ ସଫଳତା ପାଇଥିବା ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ କୃଷକମାନଙ୍କ ଫସଲକୁ ଉଚିତ୍ ମୂଲ୍ୟରେ  ବିକ୍ରିବଟା ପାଇଁ ଖୁବ୍‌ ଶୀଘ୍ର ଭୁବନେଶ୍ୱରରେ ଏକ କୃଷକ ହାଟ ନିର୍ମାଣ ହେବ ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଶୀତଳ ଭଣ୍ଡାର  ସ୍ଥାପନ ପାଇଁ ୪୯ଟି ଏମ୍‌ଓୟୁ ହୋଇଥିବା ବେଳେ ୬ଟି ଉଦ୍‌ଘାଟିତ  ହୋଇଛି ଓ ୨୪ଟିର  କାମ ଚାଲିଛି ଓ ଆଉ ୧୯ଟି ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କୃଷିମନ୍ତ୍ରୀ। ଏହି ମହୋତ୍ସବରେ ପ୍ରାୟ ୩୫୦ଟି  ଷ୍ଟଲ୍‌ରେ କୃଷି ବିଭାଗ, ଆତ୍ମା, ମତ୍ସ୍ୟ ବିଭାଗ, ପ୍ରାଣୀ ସଂପଦ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଛି।

Related story