ଆଜି ବି ବିନା ବିରୋଧୀରେ ଚାଲିଲା ବିଧାନସଭା, ଗୃହ ୩ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର: ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ମଧ୍ୟ ବିରୋଧୀଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ଚାଲିଥିଲା। ତେବେ ପ୍ରଶ୍ନକାଳରେ ରାଜ୍ୟରେ କ୍ରୀଡାର ବିକାଶ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ଶାସକ ଦଳର ସଦସ୍ୟ। ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ରାଜ୍ୟରେ ଫୁଟବଲ୍ କ୍ରୀଡ଼ାକୁ ଲୋକପ୍ରିୟ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ନେଇ ଉଦ୍ୟମ […]

assembly

assembly

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 12:32 PM IST

Sports

Latest News

assemblyଭୁବନେଶ୍ୱର: ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ମଧ୍ୟ ବିରୋଧୀଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ଚାଲିଥିଲା। ତେବେ ପ୍ରଶ୍ନକାଳରେ ରାଜ୍ୟରେ କ୍ରୀଡାର ବିକାଶ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ଶାସକ ଦଳର ସଦସ୍ୟ। ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ରାଜ୍ୟରେ ଫୁଟବଲ୍ କ୍ରୀଡ଼ାକୁ ଲୋକପ୍ରିୟ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ନେଇ ଉଦ୍ୟମ ଜାରି ରହିଛି। ରାଜ୍ୟର ପ୍ରତି ପଞ୍ଚାୟତରେ ୫ଲକ୍ଷ ଟଙ୍କା ବିନିମୟରେ ଏକ ମିନି ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ। ଆଗକୁ ବ୍ଲକ ସ୍ତରରେ ମଧ୍ୟ ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ। ଏଥିପାଇଁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଏଥିପାଇଁ ୨୦ ଲକ୍ଷ ଟଙ୍କା ଓ ଏମପି ଏମଏଲ୍ଏ ଲ୍ୟାଡରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେହିପରି କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଆର୍ଥିକ ପୁରସ୍କାରର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।ବିରୋଧୀଙ୍କ ଅନୁପସ୍ଥିତିରେ ପ୍ରଶ୍ନକାଳ ସରିବା ପରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବି କରିଛନ୍ତି।

assembly

ସେପଟେ ଗଣତନ୍ତ୍ରକୁ ହତ୍ୟା ଏବଂ କଣ୍ଠରୋଧ ଅଭିଯୋଗରେ ଗାନ୍ଧୀମୂର୍ତ୍ତୀ ତଳେ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos