ଆଜିଠାରୁ ବିଇଓ କାର୍ଯ୍ୟାଳୟ ଘେରିବେ ଶିକ୍ଷକ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଆହ୍ୱାନରେ ସମଗ୍ର ରାଜ୍ୟରେ ଚାଲିଥିବା ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ୩୬ ଦିନରେ ପହଞ୍ଚିଲାଣି । ହେଲେ ସରକାର ନିଦା ବିଷ୍ଣୁ ସାଜି ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହେଉଛି । ଅପରପକ୍ଷେ ଏହି ଆନ୍ଦୋଳନ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଏ ଧାରଣା ହେବାରେ ଲାଗିଛି ଯେ, ସରକାର ଜାଣିଶୁଣି ଶିକ୍ଷକଙ୍କ ଦାବିପୂରଣ କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା […]

teacher

teacher

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 01:58 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଆହ୍ୱାନରେ ସମଗ୍ର ରାଜ୍ୟରେ ଚାଲିଥିବା ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ୩୬ ଦିନରେ ପହଞ୍ଚିଲାଣି । ହେଲେ ସରକାର ନିଦା ବିଷ୍ଣୁ ସାଜି ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହେଉଛି । ଅପରପକ୍ଷେ ଏହି ଆନ୍ଦୋଳନ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଏ ଧାରଣା ହେବାରେ ଲାଗିଛି ଯେ, ସରକାର ଜାଣିଶୁଣି ଶିକ୍ଷକଙ୍କ ଦାବିପୂରଣ କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା ସହ ୬ଲକ୍ଷ ପିଲାଙ୍କର ପାଠ ପଢ଼ା ବନ୍ଦ କରି ରଖିଛନ୍ତି । ଆଜିଠାରୁ ଦୁଇଦିନ ଧରି ସମଗ୍ର ରାଜ୍ୟର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି।

ସରକାରଙ୍କର ଏପରି ଛାତ୍ର, ଶିକ୍ଷକମାରଣ ନୀତି ବିରୋଧରେ ଦୃଢ଼ ଜବାବ ଦେବା ପାଇଁ ଶିକ୍ଷକମାନଙ୍କ ସହିତ ଜନସାଧାରଣ ଅଣ୍ଟା ଭିଡ଼ିଛନ୍ତି । ଆସନ୍ତାକାଲିଠାରୁ ଦୁଇଦିନ ଧରି ସମଗ୍ର ରାଜ୍ୟର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ସେମାନେ ଅଚଳ କରିବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘ ସଭାପତି ପ୍ରକାଶ ଚନ୍ଦ୍ର ଜେନା ଓ ମୁଖ୍ୟ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ମିଳିତ ବିବୃତ୍ତିରେ କହିଛନ୍ତି, ସରକାର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଆଲୋଚନା କରୁଛନ୍ତି । ବିଦ୍ୟାଳୟକୁ ଶିକ୍ଷକମାନେ ଫେରିଲେଣି ଭଳି ବିଭିନ୍ନ ଅପପ୍ରଚାର ସରକାର କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୧୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ‌ ହୋଇଥିବା ସମସ୍ତ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମାଦ୍ରାସା ଓ ସଂସ୍କୃତ ଟୋଲ‌ର ଶିକ୍ଷକ, ଶିକ୍ଷା କର୍ମଚାରୀ ଏକାଠି ହୋଇ ଆନ୍ଦୋଳନ କରୁଛନ୍ତି । ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନେଲା ପରେ ମଧ୍ୟ ସରକାର ନୀରବ ଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏଥିପାଇଁ ଶିକ୍ଷକମାନେ ଆସନ୍ତା ସେପ୍ଟେମ୍ୱର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଘରକୁ ଘର ଯାଇ ଶିକ୍ଷା ପ୍ରତି ସରକାରଙ୍କର ଆଭିମୁଖ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଜନ ସମର୍ଥନ ଲୋଡ଼ିବେ ବୋଲି ଜଣାପଡିଛି। ପରେ ୨୫ ଓ ୨୬ ତାରିଖ ଦୁଇଦିନ ବ୍ୟାପୀ ଲୋକମାନଙ୍କ ସହାୟତାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚଳ କରାଯିବ । ଏହା ସତ୍ତ୍ୱେ ଯଦି ସରକାରଙ୍କ ନିଦ ନ ଭାଙ୍ଗିଲେ ସେପ୍ଟେମ୍ୱର ୩୦ ତାରିଖରେ ଶିକ୍ଷକ ମହାସଂଘର ନେତୃତ୍ୱରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକ, ପରିଚାଳନା ସମିତି ସଦସ୍ୟ, ଅଭିଭାବକ ଓ ପୁରାତନ ଛାତ୍ରମାନଙ୍କୁ ନେଇ ‘ଆମ ବିଦ୍ୟାଳୟ ବଞ୍ଚାଇବା’ ଅଭିଯାନରେ ସଚିବାଳୟ ଘେରାଉ କରାଯାଇ ସମସ୍ତେ କାରାବରଣ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିପାଇଁ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶିକ୍ଷକ ମହାସଂଘର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story