ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ: ରାୟଗଡା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ରାୟଗଡା: ମାଓବାଦୀମାନେ ଆଜିଠାରୁ ସହିଦ ସପ୍ତାହ ପାଳନ କରୁଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାର୍ସାର୍ଲି ଠାରେ ମାଓ ପୋଷ୍ଟର ମାରି ସହିଦ ସପ୍ତାହ ପାଳନ କରିବା ପାଇଁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି।ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ରାୟଗଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାୟଗଡାରେ ଚାଲୁଥିବା ୯ଟି ରୁଟର ସମସ୍ତ ସରକାରୀ ବସ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକାଇ ଯାଞ୍ଚ କରାଯାଇଛି। […]

mao

Rakesh Mallick
  • Published: Tuesday, 28 July 2015
  • , Updated: 28 July 2015, 06:29 AM IST

ରାୟଗଡା: ମାଓବାଦୀମାନେ ଆଜିଠାରୁ ସହିଦ ସପ୍ତାହ ପାଳନ କରୁଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାର୍ସାର୍ଲି ଠାରେ ମାଓ ପୋଷ୍ଟର ମାରି ସହିଦ ସପ୍ତାହ ପାଳନ କରିବା ପାଇଁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି।ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ରାୟଗଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାୟଗଡାରେ ଚାଲୁଥିବା ୯ଟି ରୁଟର ସମସ୍ତ ସରକାରୀ ବସ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକାଇ ଯାଞ୍ଚ କରାଯାଇଛି।

ଗତଦୁଇ ଦିନ ତଳେ ଜିଲ୍ଲାର ସୀମାନ୍ତ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବାରୁ ସୀମାନ୍ତ ଅଞ୍ଚଳରେ ସିଆରପିଏଫ୍, ଡିଭିଏଫ ଯବାନଙ୍କୁ ମୁତୟନ କରାଯାଇଛି।ଗୁଇନ୍ଦା ତଥ୍ୟ ଆଧାରରେ କୁମ୍ୱିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଏସପି ଲକ୍ଷ୍ମଣ କୁମାର ପଟେଲ ସୂଚନା ଦେଇଛନ୍ତି।

Related story