ଆଜିଠାରୁ ୩୦ ପର୍ଯ୍ୟନ୍ତ ବ୍ୟାଙ୍କରେ ଥରେ ଜମା କରିହେବ ୫୦୦୦ଟଙ୍କା ପୁରୁଣା ନୋଟ୍‌

ଭୁବନେଶ୍ୱର: ପୁରୁଣା ନୋଟ୍‌ ଜମା ନେଇ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଆଜିଠାରୁ ୩୦ତାରିଖ ପର୍ଯ୍ୟନ୍ତ ସମୟ ମଧ୍ୟରେ ଜଣେ ବ୍ୟକ୍ତି ନିଜ ଆକାଉଣ୍ଟରେ  କେବଳ ଥରକ ପାଇଁ ୫ ହଜାରରୁ ଅଧିକ ଟଙ୍କାର ପୁରୁଣା ନୋଟ୍‌ ଜମା କରିପାରିବେ। ଦୁଇ ଜଣ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏହି ଟଙ୍କା ଜମା ହେବ। କେଉଁ କାରଣରୁ ଟଙ୍କା ପୂର୍ବରୁ ଜମା ହୋଇପାରିଲା ନାହିଁ ତାହା ମଧ୍ୟ ଜଣାଇବାକୁ ପଡ଼ିବ। ଜମା ବେଳେ ଦର୍ଶାଯାଇଥିବା କାରଣରୁ ଅଡିଟ୍‌ […]

bank

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 07:38 PM IST

ଭୁବନେଶ୍ୱର: ପୁରୁଣା ନୋଟ୍‌ ଜମା ନେଇ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଆଜିଠାରୁ ୩୦ତାରିଖ ପର୍ଯ୍ୟନ୍ତ ସମୟ ମଧ୍ୟରେ ଜଣେ ବ୍ୟକ୍ତି ନିଜ ଆକାଉଣ୍ଟରେ  କେବଳ ଥରକ ପାଇଁ ୫ ହଜାରରୁ ଅଧିକ ଟଙ୍କାର ପୁରୁଣା ନୋଟ୍‌ ଜମା କରିପାରିବେ। ଦୁଇ ଜଣ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏହି ଟଙ୍କା ଜମା ହେବ। କେଉଁ କାରଣରୁ ଟଙ୍କା ପୂର୍ବରୁ ଜମା ହୋଇପାରିଲା ନାହିଁ ତାହା ମଧ୍ୟ ଜଣାଇବାକୁ ପଡ଼ିବ। ଜମା ବେଳେ ଦର୍ଶାଯାଇଥିବା କାରଣରୁ ଅଡିଟ୍‌ ଉଦ୍ଦେଶ୍ୟରେ ରେକର୍ଡ ରଖାଯିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ ଟଙ୍କା ଜମା କ୍ଷେତ୍ରରେ ଏସବୁ ନିୟମ ଲାଗୁ ହେବ ନାହିଁ। ୫୦୦୦ ହଜାରରୁ କମ୍‌ ଟଙ୍କା ଜମା ପାଇଁ କୌଣସି କଟକଣା ନାହିଁ।

Related story