ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

କୋରାପୁଟ: ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଛି। ନିହତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନେଇ ପ୍ରତିବର୍ଷ ଏହି ସପ୍ତାହ ପାଳନ କରନ୍ତି  ଲାଲବାହିନୀ । ଏଥିପାଇଁ ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଭୁଲିଆ ସିକୁଆଁ ଗାଁରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି । ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଛତିଶଗଡ଼, ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି ସୀମାନ୍ତରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ […]

koraput

Rakesh Mallick
  • Published: Tuesday, 28 July 2015
  • , Updated: 28 July 2015, 02:40 AM IST

କୋରାପୁଟ: ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଛି। ନିହତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନେଇ ପ୍ରତିବର୍ଷ ଏହି ସପ୍ତାହ ପାଳନ କରନ୍ତି  ଲାଲବାହିନୀ । ଏଥିପାଇଁ ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଭୁଲିଆ ସିକୁଆଁ ଗାଁରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି । ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଛତିଶଗଡ଼, ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡି ସୀମାନ୍ତରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ପୋଲିସ୍ ଏବଂ ସିଆରପିଏଫ ତରଫରୁ କମ୍ୱି ଯୋରଦାର କରାଯାଇଛି। ସେହିପରି ନାରାୟଣପାଟଣା ଅଞ୍ଚଳରେ ବ୍ୟାପକ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସହିଦ୍ ସପ୍ତାହକୁ ସଫଳ କରିବା ଲାଗି ସିପିଆଇ, ମାଓବାଦୀ, କୋରାପୁଟ-ଶ୍ରୀକାକୁଲମ୍  ଡିଭିଜନ ପକ୍ଷରୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି।

Related story