“ଟାଟାରେ ଚାକିରି କରୁଥିଲି, ହେଲେ ଏବେ ଟାଟା ସପୋର୍ଟ କରୁ ନାହିଁ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଟାଟାରେ ଚାକିରି କରୁଥିଲି, ହେଲେ ଏବେ ଟାଟା ସପୋର୍ଟ କରୁ ନାହିଁ। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିଲା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦେବି ।” ଆଜି ଗଣମାଧ୍ୟମକୁ ଏମିତି ପ୍ରତିକ୍ରିୟା ଦେଇଛନ୍ତି ଆକାଶ ପାଠକ। ରିମାଣ୍ଡ ଅବଧି ସରିବା ପରେ ଆଜି ଆକାଶ ଓ ତାଙ୍କ ବାପାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ସେହି ସମୟରେ ଆକାଶ ଏହି ପ୍ରତିକ୍ରିୟା ଦେଇଥିଲେ। ସେହିପରି ଆକାଶଙ୍କ ବାପା ଅଭୟକାନ୍ତ ପାଠକ କହିଥିଲେ […]

tata

Niharika Rout
  • Published: Saturday, 05 December 2020
  • , Updated: 05 December 2020, 03:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଟାଟାରେ ଚାକିରି କରୁଥିଲି, ହେଲେ ଏବେ ଟାଟା ସପୋର୍ଟ କରୁ ନାହିଁ। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିଲା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦେବି ।” ଆଜି ଗଣମାଧ୍ୟମକୁ ଏମିତି ପ୍ରତିକ୍ରିୟା ଦେଇଛନ୍ତି ଆକାଶ ପାଠକ। ରିମାଣ୍ଡ ଅବଧି ସରିବା ପରେ ଆଜି ଆକାଶ ଓ ତାଙ୍କ ବାପାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ସେହି ସମୟରେ ଆକାଶ ଏହି ପ୍ରତିକ୍ରିୟା ଦେଇଥିଲେ।

ସେହିପରି ଆକାଶଙ୍କ ବାପା ଅଭୟକାନ୍ତ ପାଠକ କହିଥିଲେ ଯେ ତାଙ୍କ ପାଖରେ ସବୁ ପ୍ରମାଣ ଅଛି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି।

ତିନି ଦିନିଆ ରିମାଣ୍ଡରେ ନେଇ ପାଠକ ବାପା-ପୁଅଙ୍କୁ ଭିଜିଲାନ୍ସ ଅଧିକାରୀ ପଚରାଉଚରା କରିଥିବା ବେଳେ କୋଟି କୋଟି ଟଙ୍କା ଓ  ବେନାମୀ ସମ୍ପତ୍ତି ସଂପର୍କରେ ତଥ୍ୟ ପାଇଥିବା ସୂଚନା ମିଳିଛି। ତେବେ ଅଭୟକାନ୍ତଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଆହୁରି ଖୋଳତାଡ଼ ଜାରି ରଖିଛି।

ଅନ୍ୟପକ୍ଷରେ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ। ତାଙ୍କ ସହିତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍ ରିମାଣ୍ଡରେ ନେଇପାରେ। ଉଭୟଙ୍କୁ ମୁହାଁମୁହିଁ ଜେରା କରିବାକୁ ତଦନ୍ତକାରୀ ଟିମ୍ ଯୋଜନା କରିଥିବା ଜଣାପଡ଼ିଛି। ଠକେଇ, ଜାଲିଆତି ଏବଂ ସାଇବର କ୍ରାଇମ ଭଳି ଅପରାଧିକ ମାମଲାରେ ଉଭୟଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବା ସମ୍ଭାବନା ରହିଛି ।

ଆକାଶ ଓ ପ୍ରଦୀପଙ୍କ ଲିଙ୍କ୍ କେଉଁ ସ୍ତର ଯାଏ ରହିଛି, ନକଲି ପରିଚୟ ଦେଇ ଆକାଶ କେମିତି ଟଙ୍କା ହଡ଼ପ କରିଛନ୍ତି ଏବଂ କେତେ ପରିମାଣର ଅର୍ଥ ଲୁଟ୍ କରି କାହାକୁ ଦିଆଯାଇଛି, ତାର ଖିଅ ଖୋଜିବ କ୍ରାଇମବ୍ରାଞ୍ଚ।  ସେହିପରି ବିଧାୟକଙ୍କ  ଆକାଉଣ୍ଟକୁ  ଆସିଥିବା କୋଟି କୋଟି ଟଙ୍କା ବାବଦରେ ମଧ୍ୟ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ।

ସୂଚନାଯୋଗ୍ୟ, ପାଠକ ବାପ-ପୁଅଙ୍କର ଭିଜିଲାନ୍ସ ରିମାଣ୍ଡ ଅବଧି ଆଜି ଶେଷ ହେବା ପରେ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

Related story