ଆଖଡା ଶୋଭାଯାତ୍ରାରେ ଦୁଲୁକିବ ରାଉରକେଲା

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ରାମ ନବମୀ ଅବସରରେ ଆଜି ରାଉରକେଲାରେ ବାହାରିବ ଆଖଡା ଶୋଭାଯାତ୍ରା। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ପ୍ରଜ୍ଞାପନ ମେଢ଼ ସାମିଲ ହେଉଥିବା ବେଳେ ଏହା ସହରର ମୁଖ୍ୟ ମାର୍ଗ ଦେଇ ଆମ୍ବେଦକର ଛକରେ ଶେଷ ହେବ।</p> <p>ଗତକାଲି ୪ଟି ଆଖଡ଼ା ଦଳର ଶୋଭାଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଆଜି ମୁଖ୍ୟ ୧୦ଟି ଆଖଡ଼ା ଶୋଭାଯାତ୍ରା ବାହାରିବ। ଗତ ଗଣେଶ ପୂଜା ସମୟରେ ସହରରେ ଶୋଭାଯାତ୍ରା ବେଳେ ଅଶାନ୍ତି ସୃଷ୍ଟି ହୋଇଥିବାରୁ ଏଥର ରାତି ପରିବର୍ତ୍ତେ ଦିନରେ ଶୋଭାଯାତ୍ରା ଶେଷ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୬ ପ୍ଲାଟୁନ ଫୋର୍ସ, ୩ ଅତିରିକ୍ତ ଏସ୍&zwnj;ପି, ୬ ଡିଏସ୍&zwnj;ପି, ୨୦ ଇନ୍ସପେକ୍ଟରଙ୍କ ସହ ୭୦ ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ। ସହରର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା।</p>

Ordigital Desk
  • Published: Monday, 26 March 2018
  • Updated: 26 March 2018, 10:00 AM IST

Sports

Latest News

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ରାମ ନବମୀ ଅବସରରେ ଆଜି ରାଉରକେଲାରେ ବାହାରିବ ଆଖଡା ଶୋଭାଯାତ୍ରା। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ପ୍ରଜ୍ଞାପନ ମେଢ଼ ସାମିଲ ହେଉଥିବା ବେଳେ ଏହା ସହରର ମୁଖ୍ୟ ମାର୍ଗ ଦେଇ ଆମ୍ବେଦକର ଛକରେ ଶେଷ ହେବ।</p><p>ଗତକାଲି ୪ଟି ଆଖଡ଼ା ଦଳର ଶୋଭାଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଆଜି ମୁଖ୍ୟ ୧୦ଟି ଆଖଡ଼ା ଶୋଭାଯାତ୍ରା ବାହାରିବ। ଗତ ଗଣେଶ ପୂଜା ସମୟରେ ସହରରେ ଶୋଭାଯାତ୍ରା ବେଳେ ଅଶାନ୍ତି ସୃଷ୍ଟି ହୋଇଥିବାରୁ ଏଥର ରାତି ପରିବର୍ତ୍ତେ ଦିନରେ ଶୋଭାଯାତ୍ରା ଶେଷ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୬ ପ୍ଲାଟୁନ ଫୋର୍ସ, ୩ ଅତିରିକ୍ତ ଏସ୍&zwnj;ପି, ୬ ଡିଏସ୍&zwnj;ପି, ୨୦ ଇନ୍ସପେକ୍ଟରଙ୍କ ସହ ୭୦ ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ। ସହରର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos