ବାହାରେ ଫାଷ୍ଟଫୁଡ଼୍‌ ହୋର୍ଡ଼ିଂ, ଭିତରେ ଚାଲିଛି ହୁକ୍କା ବାର୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦୋକାନ ବାହାରେ ଫାଷ୍ଟଫୁଡ଼୍, କଫି କାଫେ, ସଫ୍ଟ ଡ୍ରିଙ୍କ ଭଳି ହୋର୍ଡ଼ିଂ ଲାଗିଛି। ହେଲେ ଭିତରେ ଚାଲିଛି ହୁକ୍କା ଓ ଡ୍ୟାନ୍ସବାର୍‌। ଆଉ ଏଗୁଡ଼ିକରେ କମ୍‌ ବୟସର ପୁଅଝିଅମାନେ କରୁଛନ୍ତି ନିଶା ସେବନ। ବର୍ଷ ବର୍ଷ ଧରି ରାଉରକେଲାର ବିଭିନ୍ନ ମୁଖ୍ୟ ବଜାରରେ ଏମିତି ଢଙ୍ଗରେ ଚାଲିଛି ନିଶା କାରବାର। କିନ୍ତୁ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏବେ ଆକ୍ସନ୍‌ ମୁଡ୍‌କୁ ଆସିଛି ପୁଲିସ୍‌। ୟା ଭିତରେ ପୁଲିସ୍ ଦୁଇଟି […]

rkl-1..1

Niharika Rout
  • Published: Wednesday, 04 September 2019
  • , Updated: 04 September 2019, 03:47 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦୋକାନ ବାହାରେ ଫାଷ୍ଟଫୁଡ଼୍, କଫି କାଫେ, ସଫ୍ଟ ଡ୍ରିଙ୍କ ଭଳି ହୋର୍ଡ଼ିଂ ଲାଗିଛି। ହେଲେ ଭିତରେ ଚାଲିଛି ହୁକ୍କା ଓ ଡ୍ୟାନ୍ସବାର୍‌। ଆଉ ଏଗୁଡ଼ିକରେ କମ୍‌ ବୟସର ପୁଅଝିଅମାନେ କରୁଛନ୍ତି ନିଶା ସେବନ। ବର୍ଷ ବର୍ଷ ଧରି ରାଉରକେଲାର ବିଭିନ୍ନ ମୁଖ୍ୟ ବଜାରରେ ଏମିତି ଢଙ୍ଗରେ ଚାଲିଛି ନିଶା କାରବାର। କିନ୍ତୁ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏବେ ଆକ୍ସନ୍‌ ମୁଡ୍‌କୁ ଆସିଛି ପୁଲିସ୍‌। ୟା ଭିତରେ ପୁଲିସ୍ ଦୁଇଟି ହୁକ୍କାବାର୍ ଉପରେ ଚଢ଼ଉ କରିସାରିଲାଣି। ତେବେ ଏବେ ବି ସହରର ବିଭିନ୍ନ ସ୍ଥାନରେ ନିଶା କାରବାର ଚାଲିଛି।

ସହରର ଉଦିତ୍‌ ନଗର, ସିଭିଲ୍‌ ଟାଉନ୍‌ସିପ୍ ଓ ଷ୍ଟେସନ୍‌ ଆଦି ସ୍ଥାନରେ ଏପରି ନିଶା କାରବାର ଚାଲିଛି। ତା’ସହିତ ସହରର ତଳି ଅଞ୍ଚଳରେ ଗଢ଼ି ଉଠିଥିବା ଝୁମ୍ପୁଡ଼ି ଓ ବସ୍ତିରେ ଚୋରା ମଦ ଏବଂ ଡ୍ରଗ୍ସ କାରବାର ଚାଲିଛି। ଏପରିକି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଖାଲି ପଡ଼ିଥିବା ଘରେ ବି ନିଶା କାରବାର ଚାଲିଛି। ଏନେଇ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କର୍ତ୍ତୃପକ୍ଷ ବି ଧ୍ୟାନ ଦେଉ ନାହାନ୍ତି।

ନିଶା ବେପାରୀମାନେ ଯୁବଗୋଷ୍ଠୀ ଟାର୍ଗେଟ୍ କରୁଛନ୍ତି। ସ୍କୁଲ୍‌ ଓ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ନିଶା ସେବନ କରୁଥିବା ଦେଖାଯାଉଛି। ଚାରି ଦିନ ତଳେ ଏକ ହୁକ୍କା ବାର୍ ଉପରେ ଚଢ଼ାଉ କରାଯାଇଥିଲା। ଏହା ଏନ୍‌ଆଇଟି ପାଖରେ ଚାଲିଥିଲା, ଯାହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ।

ଏ ସବୁ ବର୍ଷ ବର୍ଷ ଧରି ରାଉରକେଲା ସହରରେ ଚାଲିଥିଲ। କିନ୍ତୁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଏବେ ପୁଲିସ୍ ସକ୍ରିୟ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଉରକେଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସହରକୁ ନିଶାମୁକ୍ତ କରିବା ପାଇଁ ଏକ ସ୍ପେଶାଲ୍ ସ୍କ୍ୱାଡ୍‌ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ୍ ଚଢ଼ଉ କରିଛି।

ଏ ନେଇ ପାନପୋଷ ଏସ୍‌ଡିପିଓ ଅସୀମ ପଣ୍ଡା କହିଛନ୍ତି,“ରାଉରକେଲାର ଯୁବବର୍ଗ, ଛାତ୍ରଛାତ୍ରୀ ବହୁ ମାତ୍ରାରେ ନିଶା ସେବନ କରୁଥିବା ଅଭିଯୋଗ ଆସିଛି। ଏବେ ଚଢ଼ଉ ଜୋରଦାର କରାଯାଉଛି। ବିଭନ୍ନ ହୋଟେଲ, ବାର୍‌ ଉପରେ ଚଢ଼ଉ ଜାରି ରହିଛି।”

 

Related story