ଚତୁର ଡେଲିଭରୀ ବୟଙ୍କୁ ବାନ୍ଧିଲା ପୁଲିସ୍‌

ଆଳି (ବନମାଳୀ ସାହୁ): ଚତୁର ଓ ଧୁରନ୍ଦର ଡେଲିଭରୀ ବୟ! ଫେକ୍‌ ନାଁରେ ପାର୍ସଲ ମଗାଉଥିଲେ। ଆଉ ପରେ ସେଥିରୁ ସରଞ୍ଜାମ କାଢ଼ି ନେଇ ଫେରାଇ ଦେଉଥିଲେ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ଉକ୍ତ ଡେଲିଭରୀ ବୟଙ୍କୁ ବାନ୍ଧିଛି। ଆଳି ଥାନା ସିଙ୍ଗିରି ଗାଁର ଦୀପକ ମଳିକ। ଜଣେ ଚତୁର ଚୋର। ସେ ଇ-କମ୍‌ ଏକ୍ସପ୍ରେସ୍‌ ନାମକ ଏକ କୋରିୟର ସଂସ୍ଥାରେ ଡେଲିଭରି ବୟ ଭାବେ […]

Ali

  • Published: Thursday, 15 December 2022
  • , Updated: 15 December 2022, 06:28 PM IST

ଆଳି (ବନମାଳୀ ସାହୁ): ଚତୁର ଓ ଧୁରନ୍ଦର ଡେଲିଭରୀ ବୟ! ଫେକ୍‌ ନାଁରେ ପାର୍ସଲ ମଗାଉଥିଲେ। ଆଉ ପରେ ସେଥିରୁ ସରଞ୍ଜାମ କାଢ଼ି ନେଇ ଫେରାଇ ଦେଉଥିଲେ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ଉକ୍ତ ଡେଲିଭରୀ ବୟଙ୍କୁ ବାନ୍ଧିଛି।

ଆଳି ଥାନା ସିଙ୍ଗିରି ଗାଁର ଦୀପକ ମଳିକ। ଜଣେ ଚତୁର ଚୋର। ସେ ଇ-କମ୍‌ ଏକ୍ସପ୍ରେସ୍‌ ନାମକ ଏକ କୋରିୟର ସଂସ୍ଥାରେ ଡେଲିଭରି ବୟ ଭାବେ କାମ କରୁଥିଲେ। ଦୀପକ ବିଭିନ୍ନ ସମୟରେ ଫ୍ଲିପ୍‌କାର୍ଡରୁ ଅଜଣା ଲୋକଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ମୋବାଇଲ ଓ ମୋବାଇଲ୍‌ ସରଞ୍ଜାମ ମଗାଉଥିଲେ। କୋରିୟର ଆସିବା ପରେ ଦୀପକ ପ୍ୟାକେଟ ଖୋଲି ମୋବାଇଲ ଓ ବିଭିନ୍ନ ସରଞ୍ଜାମ କାଢ଼ି ନେଉଥିଲେ। ପରେ ପ୍ୟାକେଟ ସିଲ୍‌ କରି ଫେରାଇ ଦେଉଥିଲେ।

ଦୀପକଙ୍କ ଏଭଳି ଠକେଇ ସମ୍ପର୍କରେ କୋରିୟର ସଂସ୍ଥା ଜାଣିପାରିଥିଲେ। ବୁଧବାର ସନ୍ଧ୍ୟାରେ କୋରିୟର ସଂସ୍ଥାର ସୁପରଭାଇଜର ଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ଡେଲିଭରୀ ବୟ ଦୀପକଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ପରେ ସେ ନିଜ ଦୋଷ ସ୍ୱୀକାର କରିଥିଲେ। ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ଘରୁ ୩ଟି ଦାମୀ ମୋବାଇଲ ଓ ୩ଟି ବ୍ଲୁ ଟୁଥ୍‌ ଜବତ କରିଛି।

Related story