ଯନ୍ତ୍ରଣାରେ ଛଟପଟ ହେଉଥିଲା ଗଜରାଜ: ଟ୍ରାଙ୍କୁଲାଇଜ୍‌ କଲେ

କାମାକ୍ଷାନଗର(ରାକେଶ ଦେହୁରି): ଢେଙ୍କାନାଳ କାମାକ୍ଷନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ କଙ୍କିଳି ଗ୍ରାମ ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତାହାତୀକୁ ରବିବାର ଟ୍ରାଙ୍କୁଲାଇଜ୍ ବା ନିଶ୍ଚେତକ ପ୍ରୟୋଗ କରାଯାଇଛି। ହାତୀଟିର ପଛପଟ ବାମଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ହାତୀଟି ଗତ କିଛିଦିନ ହେବ କଷ୍ଟ ପାଉଥିଲା। ତା’ର ଚିକିତ୍ସା ପାଇଁ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଭୁବନେଶ୍ୱର OUAT ର ଏକ ଟିମ୍ ଟ୍ରାଙ୍କୁଲାଇଜ୍ କରିବା ପରେ କଙ୍କଡ଼ାହାଡ଼ VSA ସତ୍ୟ ବିକ୍ରମ ତରାଇ ଅସୁସ୍ଥ ଦନ୍ତାର ଚିକିତ୍ସା କରିଥିଲେ। […]

elephant

Rakesh Mallick
  • Published: Sunday, 29 July 2018
  • , Updated: 29 July 2018, 04:31 PM IST

କାମାକ୍ଷାନଗର(ରାକେଶ ଦେହୁରି): ଢେଙ୍କାନାଳ କାମାକ୍ଷନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ କଙ୍କିଳି ଗ୍ରାମ ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତାହାତୀକୁ ରବିବାର ଟ୍ରାଙ୍କୁଲାଇଜ୍ ବା ନିଶ୍ଚେତକ ପ୍ରୟୋଗ କରାଯାଇଛି।

ହାତୀଟିର ପଛପଟ ବାମଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ହାତୀଟି ଗତ କିଛିଦିନ ହେବ କଷ୍ଟ ପାଉଥିଲା। ତା’ର ଚିକିତ୍ସା ପାଇଁ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି।

ଭୁବନେଶ୍ୱର OUAT ର ଏକ ଟିମ୍ ଟ୍ରାଙ୍କୁଲାଇଜ୍ କରିବା ପରେ କଙ୍କଡ଼ାହାଡ଼ VSA ସତ୍ୟ ବିକ୍ରମ ତରାଇ ଅସୁସ୍ଥ ଦନ୍ତାର ଚିକିତ୍ସା କରିଥିଲେ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦନ୍ତାର ଗତିବିଧି ଉପରେ ନଜର ରଖାଯିବ ବୋଲି ଢେଙ୍କାନାଳ ଡିଏଫ୍‌ଓ ରିଙ୍କୁ କୁମାରୀ କହିଛନ୍ତି।

 

Related story