ନିଜ ଦରମା ବଢ଼ାଇବାକୁ ଦାବି କଲେ ସବୁ ଦଳର ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ସବୁ ଦଳର ବିଧାୟକ ଆଜି ମିଳିିତ ଭାବେ ନିଜର ଦରମା ଓ ଭତ୍ତା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ବିଧାୟକମାନେ ଦରମା ବୃଦ୍ଧି ପାଇଁ ଦାବି କରିବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହା ଉପରେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏବେ ପ୍ରାୟ ଏକ ଲକ୍ଷ ଟଙ୍କା ଦରମା ଓ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ୩କୋଟି ଟଙ୍କାର ହାତ ପାଣ୍ଠି ପାଉଥିବା […]

odisha-assemble

Ordigital Desk
  • Published: Saturday, 30 July 2022
  • , Updated: 30 July 2022, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ସବୁ ଦଳର ବିଧାୟକ ଆଜି ମିଳିିତ ଭାବେ ନିଜର ଦରମା ଓ ଭତ୍ତା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ବିଧାୟକମାନେ ଦରମା ବୃଦ୍ଧି ପାଇଁ ଦାବି କରିବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହା ଉପରେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏବେ ପ୍ରାୟ ଏକ ଲକ୍ଷ ଟଙ୍କା ଦରମା ଓ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ୩କୋଟି ଟଙ୍କାର ହାତ ପାଣ୍ଠି ପାଉଥିବା ବିଧାୟକମାନଙ୍କ ଦରମା ଦାବିକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଜି ଶୂନ୍ୟକାଳରେ ବିଧାୟକମାନେ ଏକଜୁଟ ହୋଇ ଦରମା ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିଥିଲେ । କଂଗ୍ରେସ, ବିଜେପି ଓ ବିଜେଡି ବିଧାୟକମାନେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶେଷଥର ପାଇଁ ୨୦୧୭ ସେପ୍ଟେମ୍ବର ୧୩ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ପାଇଥିଲା । ଆଉ ଏବେ ସବୁ ରେଟ୍ ବଢ଼ିଲାଣି । ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ସେ ଦାବି କରିଥିଲେ । ଅନ୍ୟ ରାଜ୍ୟର ବିଧାୟକମାନେ ଅଧିକ ଟଙ୍କା ଦରମା ପାଉଥିବାବେଳେ ଓଡ଼ିଶାରେ ତାହା ବହୁତ କମ୍ । ଓଡ଼ିଶାରେ ବିଧାୟକମାନେ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇଲେ ୯୯ହଜାର ୮୦୦ଟଙ୍କା ରହିଛି । ତେଣୁ ଏହାକୁ ବଢ଼ାଇବାକୁ ଶ୍ରୀ ମାଝୀ ଦାବି ରଖିଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ଅନେକ ସାମାଜିକ କାର୍ଯ୍ୟକ୍ରମକୁ ବିଧାୟକମାନେ ଯାଉଛନ୍ତି । ତେଣୁ ଖର୍ଚ୍ଚ ବଢ଼ିବା ଦରକାର । ବିଧାୟକମାନଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ସମେତ ପୂର୍ବତନ ବିଧାୟକମାନେ ଏବେ ମାତ୍ର ୩୦ହଜାର ଟଙ୍କା ପେନସନ ପାଉଥିବାରୁ ସେଥିରେ ବୃଦ୍ଧି କରିବାକୁ ସେ ଦାବି କରିଥିଲେ ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ବିଧାୟକମାନଙ୍କ ଦରମା ବୃଦ୍ଧିକୁ ସମର୍ଥନ କରି କହିଥିଲେ ଯେ, ବିଧାୟକମାନଙ୍କ ଦରମା, ପେନସନ ଓ ମେଡିକାଲ ଭତ୍ତା ବୃଦ୍ଧି ହେବା ଦରକାର । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଥିଳେ । ଅଧିକାଂଶ ବିଧାୟକ ଏହି ଦାବିକୁ ସମର୍ଥନ କରିବା ପରେ ବାଚସ୍ପତି ଶ୍ରୀ ଆରୁଖ ଏନେଇ ସୁବିଚାର କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

Related story