ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସର୍ବଦଳୀୟ ବୈଠକ ହୋଇପାରେ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ରାଜ୍ୟରେ ପ୍ରଥମ ଥର ପାଇଁ ବଜେଟ୍ ଅଧିବେଶନ୍ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଛି। ଆସନ୍ତା ୨୫ରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ ଅଧିବେଶନ।
ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ନିର୍ବାଚନ ପରେ ପ୍ରଥମ ବିଧାନସଭା ଅଧିବେଶନ ବସିବାକୁ ଯାଉଛି। ତେଣୁ ବିଧାନସଭା କେମିତି ଭଲ ଭାବେ ଚାଲିବ ସେଥିପାଇଁ ବିରୋଧୀ ଦଳର ସମସ୍ତ ନେତାଙ୍କୁ ମୁଁ ଡାକିଛି। ଆସନ୍ତା ୨୫ରେ ବିଧାନସଭା ବସୁଥିବାରୁ ତା’ପୂର୍ବରୁ ସର୍ବଦଳୀୟ ବୈଠକ ବସିବ।”