କେନ୍ଦ୍ରାପଡ଼ାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଇଣ୍ଟରନେଟ୍‌ ସେବା ବନ୍ଦ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗତକାଲି ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେବା ପରେ ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର। ଏଥିପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ନେଇ ସହରର ବିଭିନ୍ନ ଛକରେ ୬ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଅଧିକ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପୁଲିସ୍‌ ସହରରେ ଫ୍ଲାଗ […]

kendraprar

Jitendra Garnayak
  • Published: Thursday, 24 January 2019
  • , Updated: 24 January 2019, 08:25 AM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗତକାଲି ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେବା ପରେ ଅଶାନ୍ତ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର। ଏଥିପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ନେଇ ସହରର ବିଭିନ୍ନ ଛକରେ ୬ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଅଧିକ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପୁଲିସ୍‌ ସହରରେ ଫ୍ଲାଗ ମାର୍ଚ୍ଚ କରିବା ସହ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି।

ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଏହା ସହ ଆଜି କେନ୍ଦ୍ରାପଡ଼ାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।

ଗତକାଲି କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।

Related story