ବର୍ଦ୍ଦିରେ ଲାଗିଲା ଦାଗ, ଥାନାରେ ହେଲା ଗର୍ଭ ପରୀକ୍ଷା!

ନରସିଂହପୁର: ପୁଣି ଖାକିରେ ଲାଗିଲା ଦାଗ। କଟକ ନରସିଂହପୁର ପୁଲିସ୍ ସାଂଘାତିକ ଅଭିଯୋଗ ଆସିଛି। ନରସିଂହପୁର ଥାନାର ଜଣେ ପୁଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୁଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନରସିଂହପୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର […]

police

Ranjit Kumar Jena
  • Published: Thursday, 17 December 2020
  • , Updated: 17 December 2020, 09:28 PM IST

ନରସିଂହପୁର: ପୁଣି ଖାକିରେ ଲାଗିଲା ଦାଗ। କଟକ ନରସିଂହପୁର ପୁଲିସ୍ ସାଂଘାତିକ ଅଭିଯୋଗ ଆସିଛି। ନରସିଂହପୁର ଥାନାର ଜଣେ ପୁଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୁଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ନରସିଂହପୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ତଳେ ସଂପୃକ୍ତ ନାବାଳିକାକୁ ପୁଲିସ୍ ଉଦ୍ଧାର କରିଥିଲା। ତେବେ ଚାଇଲ୍ଡଲାଇନର ବିନା ପରାମର୍ଶରେ ପୁଲିସ ତାଙ୍କ ସହ ଏଭଳି କରିଥିବା କଥା ସୂଚନା ଦେଇଛନ୍ତି କଟକ CWC ସଦସ୍ୟ।

ଏହି ଘଟଣା ଚାଇଲ୍ଡ ଲାଇନ୍ ନଜରକୁ ଆସିବା ପରେ ଚାଇଲ୍ଡ ଲାଇନ୍ ଓ CWC ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାଙ୍କୁ କାଉନସେଲିଂ କରିବା ପରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିବା ସୂଚନା ଦେଇଛନ୍ତି CWC ସଦସ୍ୟ। ଘଟଣାର ଗୁରୁତ୍ୱ ଅନୁଭବ କରି CWC ଓ ଚାଇଲ୍ଡ ଲାଇନ୍ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ଚିଠି ଲେଖି ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ତଦନ୍ତ ପାଇଁ ସୁପାରିସ କରିଛନ୍ତି।

ଏପଟେ CWC ନିର୍ଦ୍ଦେଶ ପରେ ଆଠଗଡ଼ ଏସଡିପିଓ ଆଜି ବସୁନ୍ଧାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେଣେ ସଂପୃକ୍ତ ନାବାଳିକା ସମେତ ତାଙ୍କ ବାପା ମାଆଙ୍କୁ ମଧ୍ୟ ପୁଲିସ ଦୁର୍ବ୍ୟବାହାର କରିଥିବା ପୀଡ଼ିତାଙ୍କ ବାପା ଅଭିଯୋଗ ଆଣିଛନ୍ତି।

Related story