ବାରିପଦା(ଓଡ଼ିଶା ରିପୋର୍ଟର):ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ତାତିଛନ୍ତି ଗ୍ରାହକ। ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ। ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ ଉକ୍ତ ଟଙ୍କା ନେବା ନିମନ୍ତେ ହିତାଧିକାରୀମାନେ ବାରମ୍ବାର ପୋଷ୍ଟ ଅଫିସ୍ ଚକ୍କର କାଟିଥିଲେ ସୁଦ୍ଧା ତାଙ୍କୁ ଉକ୍ତ ଟଙ୍କା ମିଳିନାହିଁ। ଯାହାକୁ ନେଇ ଆଜି ଗ୍ରାହକମାନେ ଡାକଘର ପରିସରରେ ହୋହଲ୍ଲା କରିବା ସହିତ ଡାକଘରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।