ଗ୍ରାହକଙ୍କୁ ଭୁଆଁ ବୁଲାଉଛି ଡାକଘର, ମେଚ୍ୟୁରିଟି ଟଙ୍କା ନପାଇ ତାତିଲେ ଲୋକେ

ବାରିପଦା(ଓଡ଼ିଶା ରିପୋର୍ଟର):ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ତାତିଛନ୍ତି ଗ୍ରାହକ। ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ। ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ ଉକ୍ତ ଟଙ୍କା ନେବା ନିମନ୍ତେ ହିତାଧିକାରୀମାନେ ବାରମ୍ବାର ପୋଷ୍ଟ ଅଫିସ୍ ଚକ୍କର କାଟିଥିଲେ ସୁଦ୍ଧା ତାଙ୍କୁ ଉକ୍ତ ଟଙ୍କା ମିଳିନାହିଁ। ଯାହାକୁ ନେଇ ଆଜି ଗ୍ରାହକମାନେ […]

69

Tapas Behera
  • Published: Thursday, 31 January 2019
  • , Updated: 31 January 2019, 06:42 PM IST

ବାରିପଦା(ଓଡ଼ିଶା ରିପୋର୍ଟର):ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ତାତିଛନ୍ତି ଗ୍ରାହକ। ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ। ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ ଉକ୍ତ ଟଙ୍କା ନେବା ନିମନ୍ତେ ହିତାଧିକାରୀମାନେ ବାରମ୍ବାର ପୋଷ୍ଟ ଅଫିସ୍ ଚକ୍କର କାଟିଥିଲେ ସୁଦ୍ଧା ତାଙ୍କୁ ଉକ୍ତ ଟଙ୍କା ମିଳିନାହିଁ। ଯାହାକୁ ନେଇ ଆଜି ଗ୍ରାହକମାନେ ଡାକଘର ପରିସରରେ ହୋହଲ୍ଲା କରିବା ସହିତ ଡାକଘରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା

Related story