ଏକତରଫା ପ୍ରେମରୁ ନାବାଳିକାକୁ ମର୍ଡର, ଦୁଷ୍କର୍ମ ହୋଇନି

ନବରଙ୍ଗପୁର(ନବଘନ ବିଶୋଇ): ଏକତରଫା ପ୍ରେମରୁ ନାବାଳିକକୁ ମର୍ଡ଼ର ହୋଇଛି। ମାତ୍ର ଦୁଷ୍କର୍ମ ହୋଇନାହିଁ। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିପାରେ। କୋଷାଗୁମୁଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଏପରି ବୟାନ ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର। ଅଭିଯୋଗରୁ ପ୍ରକାଶ, ଖାଡି ଭତ୍ରା ନାବାଳିକା ଝିଅଟିକୁ ଏକ ତରଫା ପ୍ରେମ କରୁଥିଲା। ଏପରିକି ବାରମ୍ୱାର ପ୍ରପୋଜ୍‌ ମଧ୍ୟ ମାରିଥିଲା। ଯାହାକୁ ଝିଅଟି ଗ୍ରହଣ କରିନଥିଲା। ଯେଉଁଥିପାଇଁ ଖାଡି […]

rape

Manoranjan Sial
  • Published: Friday, 03 January 2020
  • , Updated: 03 January 2020, 08:07 PM IST

ନବରଙ୍ଗପୁର(ନବଘନ ବିଶୋଇ): ଏକତରଫା ପ୍ରେମରୁ ନାବାଳିକକୁ ମର୍ଡ଼ର ହୋଇଛି। ମାତ୍ର ଦୁଷ୍କର୍ମ ହୋଇନାହିଁ। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିପାରେ। କୋଷାଗୁମୁଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଏପରି ବୟାନ ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର।

ଅଭିଯୋଗରୁ ପ୍ରକାଶ, ଖାଡି ଭତ୍ରା ନାବାଳିକା ଝିଅଟିକୁ ଏକ ତରଫା ପ୍ରେମ କରୁଥିଲା। ଏପରିକି ବାରମ୍ୱାର ପ୍ରପୋଜ୍‌ ମଧ୍ୟ ମାରିଥିଲା। ଯାହାକୁ ଝିଅଟି ଗ୍ରହଣ କରିନଥିଲା। ଯେଉଁଥିପାଇଁ ଖାଡି ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା। ତେବେ ଗତ ୧୩ ତାରିଖରେ ରାତିରେ ନାବାଳିକା ଜଣକ ରୋଷେଇ କରି ଶୌଚ ପାଇଁ ବାହାରକୁ ବାହାରିଥିଲେ। ଏହି ସମୟରେ ଖାତି ଓ ତାଙ୍କ ସହଯୋଗୀ ବଡ଼ ମାଝି ନାବାଳିକାକୁ ଜବରଦସ୍ତ ଉଠାଇ ନେଇ ବିଲ ମଝିରେ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲେ। ଗିରଫ ଦୁଇ ଅଭିଯୁକ୍ତ ହତ୍ୟା କରିଥିବା ସ୍ୱୀକାର କରିଥିବା ନବରଙ୍ଗପୁର ଏସ୍‌ପି କହିଛନ୍ତି।

ତେବେ ଘଟଣାସ୍ଥଳରୁ ୨ଟି ଜିନ ପ୍ୟାଣ୍ଟ ମିଳିଥିଲା। ଏହି ଜିନ ପ୍ୟାଣ୍ଟ ମିଳିବାର ତଦନ୍ତ ଚାଲିଛି। ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ଏସ୍‌ପି କହିଛନ୍ତି।

 

Related story