ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା! ବିଲରୁ ମିଳିଲା ମୃତଦେହ

ନବରଙ୍ଗପୁର(ନବଘନ ବିଷୋଇ): ଯୌନ ପିପାସୁଙ୍କ ଜଘନ୍ୟକାଣ୍ଡ। ଜଣେ ନିରୀହ ନାବାଳିକାକୁ ଟେକିନେଇ ବିଲ ମଝିରେ କଲେ ଗଣଦୁଷ୍କର୍ମ! ପରେ ଧରାପଡ଼ିଯିବା ଭୟରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଗାଁରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇପାରି ନାହିଁ ପୁଲିସ। ଏହି […]

nabarangpur.jpg11

nabarangpur.jpg11

Manoranjan Sial
  • Published: Saturday, 14 December 2019
  • Updated: 14 December 2019, 05:55 PM IST

ନବରଙ୍ଗପୁର(ନବଘନ ବିଷୋଇ): ଯୌନ ପିପାସୁଙ୍କ ଜଘନ୍ୟକାଣ୍ଡ। ଜଣେ ନିରୀହ ନାବାଳିକାକୁ ଟେକିନେଇ ବିଲ ମଝିରେ କଲେ ଗଣଦୁଷ୍କର୍ମ! ପରେ ଧରାପଡ଼ିଯିବା ଭୟରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଗାଁରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇପାରି ନାହିଁ ପୁଲିସ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ଏବେ ମଧ୍ୟ ବିଲ ମଝିରେ ପଡ଼ିଛି। ଗାଁ ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ୁ ନାହାନ୍ତି।

ଗତ କାଲି ଥିଲା ଦିଆଳି ପର୍ବ। ଫସଲ ଅମଳ ପରେ ଗାଁରେ ଏହି ପର୍ବ ପାଳନ କରାଯାଉଛି। ଆବାଳବୃଦ୍ଧବନିତା ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ। ହେଲେ ଦୁଃଖର ବିଷୟ ଏହି ପର୍ବରେ ସାମିଲ ହୋଇପାରିନଥିଲେ ଗେଡ଼ି(ଛଦ୍ମନାମ)ଙ୍କ ବାପା ଓ ବଡ଼ ଭଉଣୀ। ସେମାନେ ପରିବାର ଭରଣ ପୋଷଣ ପାଇଁ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି। ଆଉ ଘରେ ଗେଡ଼ି, ତାଙ୍କ ମାଆ ଓ ଦିବ୍ୟାଙ୍ଗ ସାନ ଭାଇ ଥିଲେ।

ଗତକାଲି ସଞ୍ଜ ବେଳେ ଘରେ ରୋଷେଇ କରୁଥିଲେ ଗେଡ଼ି। ପ୍ରାୟ ୭ରୁ ୮ଟା ବେଳେ ସେ ଶୌଚ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ରାତିରେ ତାଙ୍କୁ ବହୁ ଖୋଜିଥିଲେ। ମାତ୍ର ପାଇନଥିଲେ। ଆଜି ସକାଳେ ଘରଠାରୁ ୫୦୦ ମିଟର ଦୂରରେ ବିଲ ଭିତରେ ଗେଡ଼ିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ଗାଁ ଲୋକ। ଗେଡ଼ିଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନିଥିଲେ।

ମୃତଦେହ ପାଖରେ ହଳେ ଚପଲ ଓ ୨୦୦ ମିଟର ଦୂରରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡ଼ିଥିଲା। ପାଟିରୁ ରକ୍ତ ବାହାରି ଥିବାରୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ମୃତଦେହ ନେବାକୁ ଚେଷ୍ଟା କରିଥିଲା। ମାତ୍ର ଗାଁ ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ି ନଥିଲେ। ଏବେ ସୁଦ୍ଧା ମୃତଦେହ ସେହି ବିଲରେ ପଡ଼ିଛି।

ନବରଙ୍ଗପୁର ଏସ୍‌ପି ନୀତିନ କୁଶଳକର, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଗାଁରେ ପହଞ୍ଚିଛନ୍ତି। ମୃତଦେହ ପଡ଼ିଥିବା ସ୍ଥାନରୁ କୁକୁର ଗାଁ ଅଭିମୁଖେ ଯାଇଛି। ପୀଡ଼ିତାକୁ ନ୍ୟାୟ ମିଳିବ ବୋଲି ଏସ୍‌ପି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story